ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍‌ ଅଶୋକ କୁମାର ମିଶ୍ର ଗିରଫ

ଭୁବନେଶ୍ବର:-ଗିରଫ ହେଲେ  ବାଣୀବିହାର ଡିଡିସିଇ ସିନିୟର ଆସିଷ୍ଟାଣ୍ଟ୍‌ ଅଶୋକ କୁମାର ମିଶ୍ର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଶୋକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଅଶୋକଙ୍କ ୩ଟି ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ଏହା ସହ ଅଶୋକଙ୍କ ୧ କୋଟି ୩୮ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ।

ସେହିପରି ପାଣ୍ଡ୍ରାସ୍ଥିତ ୨ ମହଲା ଘର, ପ୍ରଶାନ୍ତ ବିହାର ସରକାରୀ କ୍ବାର୍ଟରରେ ରେଡ୍‌ ହୋଇଥିଲା। ବାଣୀ ବିହାର ଅଫିସ୍‌ ଓ କଳିଙ୍ଗନଗର k4/140 ରେ ମଧ୍ୟ ଚଢ଼ାଉ ହୋଇଥିଲା। ଏହିପରି ୫ଟି ସ୍ଥାନରେ ଭିଜିଲାନ୍ସ  ରେଡ୍ କରିଥିଲା। ଗତକାଲି ମିଳିଥିବା ସୂଚନା ଅନୁସାରେ ଘରେ ଥିବା ୩୦୦ ଗ୍ରାମର ସୁନା ଏବଂ ୧୫୦ ଗ୍ରାମର ରୂପ  ମଧ୍ୟ ଜବତ ହୋଇଥିଲା। ଅଶୋକଙ୍କ ନାଁରେ ଆଉ କେଉଁଠି କେଉଁଠି ଘର ରହିଛି, ଏ​‌ ନେଇ ଭିଜିଲାନ୍ସ ଖୋଳତାଡ଼ କରିବା ପରେ ରବିବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *