ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପାଇଁ ବଢ଼ିଲା ଅଡ଼ୁଆ: ବେଲ୍ ପରେ ବି ଜେଲ୍
ଭୁବନେଶ୍ବର,:-ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପାଇଁ ବଢ଼ିଲା ଅଡ଼ୁଆ। ଶୁକ୍ରବାର ଏସଡିଜେମ କୋର୍ଟରୁ ଜାମିନ ପାଇବାର କିଛି ଘଣ୍ଟା ନପୁରୁଣୁ ଗ୍ୟାଙ୍ଗଷ୍ଟର ଉପରେ ଲାଗୁ ହେଲା ଏନ୍ଏସ୍ଏ ବା ଜାତୀୟ ନିରାପତ୍ତା ଆଇନ୍। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।
ଶୁକ୍ରବାର ଦିନ ରାଜା ଆଚାର୍ଯ୍ୟଙ୍କୁ ଏସଡିଜେଏମ୍ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଠିକ୍ ସମୟରେ ଚାର୍ଜସିଟ୍ କୋର୍ଟରେ ଦାଖଳ ନ କରିବାରୁ ରାଜାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ। ରାଜାଙ୍କୁ ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଜାମିନ୍ ମିଳିଥିଲା। ଦାଦାବଟି ନେବା ଅଭିଯୋଗରେ ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ।
୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲରେ ଥିଲେ ରାଜା ଆଚାର୍ଯ୍ୟ। ସୂଚନାଥାଉକି, ଗ୍ୟାଙ୍ଗଷ୍ଟର ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛି। ଗତ ୧୭ ତାରିଖରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୋଲିସ। ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ।