ଜେଲ୍ ଗଲେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ
ଭୁବନେଶ୍ବର:- ଜେଲ ଗଲେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀ ସର୍ବେଶ୍ୱର ରାଓ। ଗିରଫ ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟପରୀକ୍ଷା ହୋଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏସଡିଜେଏମ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ୧୪ ଦିନିଆ ବିଚାର ବିଭାଗୀୟ ହାତକୁ ଯାଇଛନ୍ତି।
ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଥିଲା। ସର୍ବେଶ୍ୱର ରାଓ ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଥିଲା ଏ ନେଇ ଗତକାଲି ସର୍ବେଶ୍ୱର ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ମୁହାଁ ମୁହିଁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।
ସୂଚନାଥାଉକି ଟାଟା କମ୍ପାନୀରେ ଚାକିରି କରାଇ ଦେବା ନେଇ କୋଟି କୋଟି ଟଙ୍କା ଠକିଥିବାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ସର୍ବେଶ୍ୱରଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ସଂଗ୍ରହ କରୁଥିଲେ ଆକାଶ ପାଠକ। ଜାଲିଆତି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ସର୍ବେଶ୍ବର ରାଓ ମଧ୍ୟ ସାମିଲ ଥିବା ଜଣାପଥିଲା। ଆଜି କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା।