ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱର :-ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।ଉଳା କୁମ୍ଭୀରଙ୍କ ଅମରାବତି ପ୍ରାକୃତିକ ବିଭବରେ ଭରପୁର ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଭିତରକନିକାରେ ହୋଇଥିବା ଇକୋ-ରିଟ୍ରିଟର ରହି ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ପାଟ୍ଟଶାଳା ନଦୀର ସୁଦୀର୍ଘ ନୀଳ ଜଳରାଶିରେ ବୋଟିଂ କରି ନୈସର୍ଗିକ ଶୋଭାରାଶିକୁ ଉପଭୋଗ କରୁଛନ୍ତିପର୍ଯ୍ୟଟକ ।ଭିତରକନିକାରେ ରାତିି କାଟିବା ସହ ଦୁଃସାହାସିକ କ୍ରୀଡା ଓ ଭାସମାନ ରେଷ୍ଟୁରାଂଟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ନଳିତାପାଟିଆରେ ୩ ପ୍ରକାରର ୨୧ଟି ବିଳାସପୂର୍ଣ୍ଣ କଟେଜ ରହିଛି । ପ୍ରିମିୟମ ସୁଇସ କଟେଜ, ରୟାଲ କଟେଜ ଓ ରୟାଲ ଫ୍ୟାମିଲି କଟେଜ ନିର୍ମାଣ କରାଯାଇଛି । ୨ ଜଣ ପର୍ଯ୍ୟଟକ ଇକୋ ରିଟ୍ରିଟ କଟେଜ ରହିବା ସହ ଖାଦ୍ୟ, ପାନୀୟ ଓ ଭିତରକନିକା ବୁଲିବା ପାଇଁ ସର୍ବନିମ୍ନ ୯ହଜାର ଟଙ୍କା ଦେବାକୁ ପଡୁଛି । ଦିନବେଳା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଦେଖିବା ପରେ ଭାସମାନ ରେଷ୍ଟୁରାଂଟରେ କ୍ୟାଣ୍ଡେଲ ନାଇଟ୍ ଡିନର ସହ ନାଚଗୀତରେ ଝୁମୁଛନ୍ତି ପର୍ଯ୍ୟଟକ ।