କଥା ଦେଇ , ପ୍ରେମିକାଙ୍କୁ ଅଧା ବାଟରେ ଓହ୍ଲାଇଦେଲେ
ବଲାଙ୍ଗିର:-କଥା ଦେଇ ପ୍ରେମିକାକୁ ସାଥୀରେ ଧରି ଆସିଲେ। ହେଲେ ଅଧାରାସ୍ତାରେ ଓହ୍ଲାଇ ଦେଇ ପଳାଇଗଲେ ପ୍ରେମିକ ଓ ତାଙ୍କ ପରିବାର ଲୋକ। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ।
ପୂରା ଘଟଣାଟି ଏମିତି। ସଇଁନ୍ତଲା ଥାନା ଅଞ୍ଚଳର ନେହା(ଛଦ୍ମନାମ)ଙ୍କୁ କନ୍ଧେନବାହଲି ଗାଁର ସରୋଜ ହରପାଲ ଭଲ ପାଉଥିଲେ। ଉଭୟଙ୍କ ଭଲ ପାଇବା ଦୀର୍ଘ ୭ ବର୍ଷର। ହେଲେ ଦୁଇ ପରିବାର ଲୋକଙ୍କ ଅଜ୍ଞାତରେ ପ୍ରେମିକା ଓ ପ୍ରେମିକା ଲେଖିଥିଲେ ନିଜର ପ୍ରେମ କାହାଣୀ। ତେବେ ଗତ ୭ ତାରିଖରେ ନେହାଙ୍କ ଗାଁକୁ ପ୍ରେମିକ ସରୋଜ ଯାଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଉଭୟଙ୍କ ଉପରେ ନେହାଙ୍କ ପରିବାର ଲୋକଙ୍କ ନଜର ପଡ଼ିଥିଲା। ଆଉ ତା’ପରେ ଚୋରା ପିରତିର ପର୍ଦ୍ଦାଫାସ ହୋଇଥିଲା।
କଥା ଦେଇ ପ୍ରେମିକାକୁ ସାଥୀରେ ଧରି ଆସିଲେ। ହେଲେ ଅଧାରାସ୍ତାରେ ଓହ୍ଲାଇ ଦେଇ ପଳାଇଗଲେ ପ୍ରେମିକ ଓ ତାଙ୍କ ପରିବାର ଲୋକ। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା। ଦିନେ କି ଦୁଇ ଦିନ ନୁହେଁ, ତିନି ଦିନ ଧରି ସେ ଧାରଣାରେ ବସିଛନ୍ତି। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ।