‘ପ୍ରଦୀପ ପାଣିଗ୍ରାହୀ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି, ବହୁ ଦୁର୍ନୀତିରେ ରହିଛି ସଂପୃକ୍ତି’- ରମେଶ ଜେନା

ଗୋପାଳପୁର:-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ବଢିଲା ଅଡୁଆ । ଗଞ୍ଜାମ ଜିଲ୍ଲାର ଜଣଙ୍କ ପରେ ଜଣେ ବିଧାୟକ ତାଙ୍କ ବିରୋଧରେ ବର୍ଷୁଛନ୍ତି । ପ୍ରଦୀପ ଗିରଫ ହେବା ପରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ତାଙ୍କ ଉପରେ ବର୍ଷିଛନ୍ତି ।

ଏକ ପ୍ରେସମିଟ୍ ରେ ରମେଶ ପ୍ରଦୀପଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେବାର ଥିଲା । ପ୍ରଦୀପ ପାଣିଗ୍ରାହୀ କ୍ଷମତାକୁ ଅପବ୍ୟବହାର କରି ବହୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି । କରୋନା ସମୟରେ ଲୋକଙ୍କ ସୁଖଦୁଃଖରେ ରହିବା ବଦଳରେ ଅଏସ୍ ଜୀବନ ବିତାଉଥିଲେ ।

ରମେଶ ଆହୁରି ଅଭିଯୋଗ କରିଛନ୍ତି ଯେ, ସୋରଡାରେ ଶତାଧିକ ଏକର ଜମି ଅକ୍ତିଆର କରି ରଖିଥିବାରୁ ଏହାର ତଦନ୍ତ କରାଯାଉ। ସେହିପରି ବ୍ରହ୍ମପୁର କୋର୍ଟପେଟା ଛକରେ ପ୍ରଦୀପ ପାଣିଗ୍ରାହୀ ଜମି ରଖିଛନ୍ତି । କରାପଲ୍ଲୀ ପଞ୍ଚାୟତର ବିକ୍ରମପୁରରେ ଜମି ଜାଲିଆତି କରିଛନ୍ତି । ମଦଭାଟି, ମଦ ମାଫିଆଙ୍କ ସହ ପ୍ରଦୀପ ଜଡିତ ବୋଲି ରମେଶ ଜେନା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *