ଲଗାତାର ୧୦ମ ଟି-ଟ୍ବେଣ୍ଟି ଜିତିଲା ଭାରତ,

ନୂଆଦିଲ୍ଲୀ:-ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି ଭାରତ । ଟିମର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚିତପଟାଙ୍ଗ ମାରିଛି ଘରୋଇ କଙ୍ଗାରୁ ଟିମ । ତେବେ ଏହା ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, ରୋହିତ ଶର୍ମା ଏବଂ ଜଶପ୍ରୀତ ବୁମରାହଙ୍କ ଭଳି ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଜିତିବା ଟିମ ପାଇଁ ମହତ୍ତ୍ବ ରଖୁଛି । କୋହଲି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ପାଣ୍ଡ୍ୟା ୨୨ ଟି ବଲରୁ ଧୂଆଁଧାର ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ୨ୟ ଟି-ଟ୍ବେଣ୍ଟିକୁ ୬ ଓ୍ବିକେଟରେ ଜିତିବା ସହିତ ସିରିଜକୁ ୨-୦ରେ ଜିତି ନେଇଛି ।

ସିରିଜର ୩ୟ ମ୍ୟାଚ୍ ମଙ୍ଗଳବାର ଖେଳାଯିବ । ମ୍ୟାଚ୍ ପରେ କୋହଲି କହିଛନ୍ତି ଏହି ବିଜୟ ବହୁତ ମହତ୍ତ୍ବ ରଖୁଛି । ଟିମରେ ରୋହିତ ଏବଂ  ବୁମରାହଙ୍କ ଭଳି ଅନୁଭବି ଖେଳାଳୀ ନାହାନ୍ତି । ତଥାପି ଆମେ ଭଲ ପ୍ରଦର୍ଶନ କରୁଛୁ । ତେଣୁ ଟିମ ପାଇଁ ଏହା ଏକ ଗର୍ବର କଥା ।

ରୋହିତ ଶର୍ମା ଆଇପିଏଲ ବେଳେ ଜଂଘ ମାଂସପେଶୀରେ ଆଘାତ ଲାଗିବା କାରଣରୁ ସିରିଜରୁ ବାଦ ପଡିଛନ୍ତି । ବୁମରାହଙ୍କୁ ମଧ୍ୟ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ ପାଇଁ ବିଶ୍ରାମ ଦିଆଯାଉଛି । କୋହଲି କହିଛନ୍ତି ୨ୟ ଟି-ଟ୍ବେଣ୍ଟିର ମ୍ୟାନ ଅଫ ଦ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ଟିମର ଭରସାଯୋଗ୍ୟ ଖେଳାଳୀ ହୋଇପାରନ୍ତି । କୋହଲି କହିଛନ୍ତି ପାଣ୍ଡ୍ୟା ନିଜ ଦମରେ ୨୦୧୬ ମସିହାରେ ଟିମରେ ସାମିଲ ହୋଇଥିଲେ ଏବଂ ସେ ଆଗାମୀ ୪ ରୁ  ୫ ବର୍ଷ ମଧ୍ୟରେ ଟିମ ପାଇଁ ଜଣେ ଭରସାଯୋଗ୍ୟ ଖେଳାଳୀ ହେବେ ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *