ମୋବାଇଲରେ ଭିଡିଓ ଦେଖୁଥିଲେ, ଆକଟ କରିବାରୁ ଆତ୍ମହତ୍ୟା କରିଦେଲେ

ଖୋର୍ଦ୍ଧା::-ମୋବାଇଲ ପାଇଁ ଜୀବନ ହାରିଲେ ଜଣେ ନାବଳକ। ବେଗୁନିଆ ଥାନା ଗଡ଼ମାଣତ୍ରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଲାଟିର ବୟସ ୧୪ ହେବ। ପୁଲିସ ମୃତ ଦେହଟିକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନାବାଳକଟି ମୋବାଇଲରେ କିଛି ଭିଡିଓ ଦେଖୁଥିଲେ।  ଯାହାକୁ ନେଇ  ପରିବାର ଲୋକେ ଆକଟ କରିଥିଲେ। ଏଥିରେ ନାବାଳକ ଜଣକ ରାଗିଯାଇ ଘରେ ଥିବା ବାଥରୁମ୍‌ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *