‘ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା’
ଭୁବନେଶ୍ୱର:-ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ଭୋଟରମାନେ ଉଭୟ ଅନଲାଇନ ଓ ଅଫ୍ଲାଇନ୍ରେ କରିହେବ ନାମ ସଂଶୋଧନ କରିପାରିବେ ବୋଲି ସେ କହିଛନ୍ତି।ସେ କହିଛନ୍ତି-“ନାମ ସଂଶୋଧନ ବା ଯୋଡ଼ିବା ପାଇଁ ଡିସେମ୍ବର ୧୫ ମଧ୍ୟରେ ଆବେଦନ କରାଯାଇପାରିବ। ଉଭୟ ଅନଲାଇନ ଓ ଅଫ୍ଲାଇନ୍ରେ କରିହେବ ନାମ ସଂଶୋଧନ। ତାଲିକାରେ ନାଁ ଯୋଡ଼ିବା, କାଟିବା ଓ ସଂଶୋଧନ କରିପାରିବେ। ଯୋଡ଼ିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ୮ରେ ଆବେଦନ କରିବାକୁ ପଡ଼ିବ। ନାମ ଯୋଡ଼ିବାକୁ ହେଲେ ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରିବାକୁ ପଡ଼ିବ। ଅନଲାଇନ କିମ୍ବା ବୁଥ୍ ସ୍ତରରେ ଅବେଦନ କରାଯାଇ ପାରିବ। ଡିସେମ୍ବର ୫ ଓ ୬ରେ ବୁଥ୍ରେ ରହିବେ ବିଏଲ୍ଓ ଏବଂ ଚାଲିବ ସ୍ୱତନ୍ତ୍ର ଅଭିଯାନ। ଆବେଦନପତ୍ର ଗୁଡ଼ିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା।”