ଧଉଳି ଥାନା ପୋଲିସର ଦାଦାଗିରୀ,ବାଘ ନଥିଲେ ମିରିଗ ନାଟ !
ରିପୋର୍ଟ: ଚନ୍ଦନ ଜେନା
ଭୁବନେଶ୍ୱର:- ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇ କାର୍ଯ୍ୟ କରିବାକୁ ପୋଲିସ ଡିଜି ଅଭୟ ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବାସ୍ତବରେ ରାଜ୍ୟରେ ଥିବା ବିଭିନ୍ନ ଥାନା ପୋଲିସର ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି। ସାଧାରଣ ଲୋକଟିଏ ଥାନାକୁ ଅଭିଯୋଗ କରିବାକୁ ଗଲେ ପୋଲିସ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ନାନାଦି ହଇରାଣ,ହରକତ କରୁଛନ୍ତି। ଏପରିକି ରାଜନୈତିକ ଚାପର ବଶୀଭୂତ ହୋଇ ପୋଲିସ ଅଭିଯୋଗକାରୀଙ୍କୁ ମାମଲାର ଆପୋଷ ସମାଧାନ କରିବାକୁ ଧମକ ଦେଉଛି। ମାମଲା ସାମାଧନ ନ କଲେ ଅଭିଯୁକ୍ତକାରୀଙ୍କୁ କହି ପାଲଟା ଅଭିଯୋଗ କରି ମିଛ ମାମଲା ରୁଜୁ କରି ଫସେଇ ଦେଉଛି। କିନ୍ତୁ ସବୁଠାରୁ ଦୁଃଖର କଥା ପ୍ରଥମପକ୍ଷ ଆଗେ ମାମଲା ଦେଇଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ନ କରି ଦ୍ୱିତୀୟ ପକ୍ଷଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରୁଛି। ଅଯଥାରେ ବିନା ମହିଳା ପୋଲିସ ସହାୟତାରେ ନିରୀହ ଲୋକଙ୍କୁ ହଇରାଣ କରୁଛି। ପୋଲିସର ଏଭଳି ଦାଦା ଗିରି କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଏହା ରାଜଧାନୀ ଉପକଣ୍ଠ କୁହା ଯାଉଥିଲା ଧଉଳି ଥାନାରେ ଦେଖିବାକୁ ମିଳିଛି। ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଥାନର ଦୁଇଜଣ ଏସଆଇ ହାଁସଦା ଏବଂ ବାରିକ ବାବୁ ଅଭିଯୋଗକାରୀଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଉଭୟ ପୋଲିସ ବାବୁ ସ୍ଥାନୀୟ କୁଜି ନେତାଙ୍କ ଠାରୁ ଅର୍ଥ ନେଇ ଅଭିଯୋଗକରିଥିବା ପରିବାରକୁ ହଇରାଣ କରୁଛନ୍ତି। ବିନା ମହିଳା ପୋଲିସରେ ଦୁଇ ପୋଲିସ ବାବୁ ଘରେ ଜବରଦସ୍ତି ପଶି ଚଢ଼ାଉ କରୁଛନ୍ତି। ପରିବାର ଲୋକଙ୍କୁ ମାଡ଼ପିଟ କରି ହଇରାଣ କରୁଥିବା ଅଭିଯୋଗ ହେଉଛି। ପୋଲିସ ଏଭଳି ନିର୍ଯ୍ୟାତନା ବିରୋଧରେ ପରିବାର ଲୋକେ ରାଜ୍ୟ ମାନବିକ ଅଧିକାରୀ କମିଶନଙ୍କ ନିକଟରେ ଆଗାମୀ ଦିନରେ ଅଭିଯୋଗ କରିବେ ବୋଲି ଜଣାପଡିଛି।
ମିଳିଥିବା ତଥ୍ୟ ଅନୁସାରେ, ଲିଙ୍ଗିପୁରରେ ରହୁଥିବା ଦୁଇ ପରିବାର ମାନି ବେହେରା ଏବଂ କବିତା ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଗତ 29ରେ ଦୟାବ୍ରିଜ ନିକଟରେ ଏକ ଦୋକାନ କରିବାକୁ ନେଇ ଉଭୟ ପରିବାର ମୁହାଁମୁହିଁ ହୋଇଥିଲେ। କବିତା ବେହାରଙ୍କ ପରିବାର ଲୋକ ମାନି ବେହେରାଙ୍କୁ ମାଡ଼ ମାରିଥିଲେ। ଏନେଇ ମାନି ବେହେରା ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କୁ ସନ୍ଧ୍ୟାରେ ଆସିବାକୁ କହିଥିଲେ। ମାନି ସନ୍ଧ୍ୟାରେ ଥାନାରେ ପହଞ୍ଚିବା ପରେ ତାଙ୍କୁ ଆପୋଷ ସମାଧାନ କରିବାକୁ ପୋଲିସ ଚାପ ପକେଇଥିଲା । କିନ୍ତୁ ମାନି ରାଜି ନ ହେବାରୁ ପୋଲିସ ଅଭିଯୁକ୍ତ ପଟ ଲୋକଙ୍କୁ କହି ତାଙ୍କ ପିଲାଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ। ନିଜକୁ ବଞ୍ଚେଇବାକୁ ଯାଇ ପୋଲିସ ଉଭୟ ପଟଙ୍କ ନାମରେ ମାମଲା କରିଥିଲା । କିନ୍ତୁ ସବୁଠୁ ବଡ଼ କଥା ହେଲା ମାନିଙ୍କ ଅଭିଯୋଗ ଆଧାରରେ ପୋଲିସ କୋହଳ ଦଫା ଲଗେଇ ଥିବା ବେଳେ କବିତାଙ୍କ ଅଭିଯୋଗ ଆଧାରରେ ଏକାଧିକ ସଙ୍ଗିନ ଦଫା ଲଗେଇଛି।। କବିତାଙ୍କ ପଛରେ ସ୍ଥାନୀୟ ନେତାଙ୍କ ସହଯୋଗ ଥିବାରୁ ପୋଲିସ ଜାଣିଶୁଣି ମାନିଙ୍କ ପରିବାର ଲୋକଙ୍କୁ ହଇରାଣ କରୁଛି। ବିନା ମହିଳା ପୋଲିସରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକାଉଛି ଏବଂ ମାରପିଟ କରୁଛି। ବଡ଼ କଥା ହେଲା ଥାନାରେ ଥାନା ଅଧିକାରୀ ନ ଥିବା ବେଳେ ଏହି ଦୁଇ ଅଫିସର ନିଜର ମନମାନି ଚଲେଇଛନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳରୁ ବଟି ସଂଗ୍ରହ କରିବା ସହ ମାଫିଆ ମାନଙ୍କ ସହ ଭିତିରି ସମ୍ପର୍କ ରଖିଥିବା ଶୁଣିବାକୁ ମିଳୁଛି। ବିନା କାରଣରେ ମାମଲା ଲଗେଇଥିବା ପୋଲିସ ଏଭଳି ଆଚରଣ ପାଇଁ ମାନିଙ୍କ ପରିବାର ଲୋକେ ପୁରା ଭୟଭୀତରେ ଅଛନ୍ତି। ଏପରି ପୋଲିସ ମାନିଙ୍କ ନାବାଳିକା ପିଲାଙ୍କ ନାମରେ ମିଛ ମାମଲା ରୁଜୁ କରିଥିବାରୁ ସେମାନେ ଭୟଭୀତରେ ଫେରାର ହୋଇଯାଇଛନ୍ତି।ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ପୋଲିସ ନିଜ ସୀମା ଭିତରେ ନ ରହି କିପରି ଗୋଟିଏ ପରିବାର ସଦସ୍ୟଙ୍କୁ ହଇରାଣ କରୁଛି ତାହା ଉପରେ ଡିସିପି ଦୁଷ୍ଠି ଦେବାକୁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି।