ଜାମିନ୍‌ ଆବେଦନ ଖାରଜ, ଝାରପଡ଼ା ଜେଲ୍‌ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ଜାମିନ ଆବେଦନ ଖାରଜ ହେବା ପରେ ଜେଲ୍‌ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଜାମିନ ଖାରଜ କରିଥିଲେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ। ଜାମିନ ନମିଳିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡ଼ା ଜେଲ୍‌ ପଠାଯାଇଛି। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ। ଗୁରୁବାର ଗିରଫ ପରେ ପ୍ରଦୀପଙ୍କୁ କୋର୍ଟରେ ହାଜର କରାଇଥିଲା କ୍ରାଇମ୍‌ବ୍ରାଞ୍ଚ।

ଗୁରୁବାର ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚ। ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଗୁରୁବାର ରାତିରେ କୋର୍ଟରେ ହାଜର କରିଥିଲା । କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହଜାର କରିଥିଲା ।

ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫଙ୍କୁ ଆଜି ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରୀ କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮,  ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରିଥିଲା ।

Leave a Reply

Your email address will not be published. Required fields are marked *