ଦିଲ୍ଲୀରେ ‘ପରୀ’ ପାଇଁ ନ୍ୟାୟ ଦାବି କଲେ ସମ୍ବିତ

ଭୁବନେଶ୍ୱର:-ଦିଲ୍ଲୀ ପହଞ୍ଚିଲା ନୟାଗଡ ୫ ବର୍ଷର ଶିଶୁ ପରୀ ହତ୍ୟା ମାମଲା । ପରୀକୁ ନ୍ୟାୟ ଦେବ ଦାବିରେ ଦିଲ୍ଲୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନକୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ ଏନସିପିସିଆର୍ ଅଧ୍ୟକ୍ଷଙ୍କୁ ଭେଟି ପରୀ ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ଦେଇଛନ୍ତି ସମ୍ବିତ ।ସମ୍ୱିତ କହିଛନ୍ତି, ଦୁର୍ବୃତ୍ତମାନେ ୫ ବର୍ଷର ଝିଅକୁ  ଅପହରଣ କରି ହତ୍ୟା କରି ତାର ମୃତଦେହକୁ କେମିକାଲ ପକାଇ ନଷ୍ଟ କରିଦେଇଛନ୍ତି । ଏବଂ ପରେ ତା’ର ହାଡକୁ ଆଣି ଘରେ ଫିଙ୍ଗିଛନ୍ତି । ଏହାଠୁ ବଡ ଜଘନ୍ୟକାଣ୍ଡ ଆଉ କ’ଣ ହୋଇପାରେ । ତେଣୁ ପରୀକୁ ଏବଂ ତାର ପରିବାରକୁ ନ୍ୟାୟ ମିଳୁ ।ସେ ଆହୁରି କହିଛନ୍ତି, ଏହି ପୁରା ମାମଲରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ବାବୁଲି ସାହୁ ଅରୁଣ ସାହୁଙ୍କ ଡାହାଣ ହାତ । ତେଣୁ ପୁରା ମାମଲାରେ ମନ୍ତ୍ରୀଙ୍କ କ’ଣ ହାତ ରହିଛି ସେ ନେଇ ତଦନ୍ତ କରାଯାଉ ।  ଏଥିସହ ସ୍ଥାନୀୟ ଏସପି ଏବଂ ଜିଲ୍ଲାପାଳଙ୍କୁ ସମନ କରାଯାଉ । ଏନସିପିସିଆର ଟିମ ଘଟଣାସ୍ଥଳକୁ ଯାଇ ମାମଲାର ତଦନ୍ତ କରୁ ବୋଲି ସମ୍ବିତ ଦାବି କରିଛନ୍ତି ।ପରୀର ପରିବାରକୁ ନ୍ୟାୟ ଏବଂ ଅପରାଧୀଙ୍କୁ ଦଣ୍ଡ ନ ମିଳିବା ଯାଏଁ  ଲେଢ଼ଇ ଜାରି ରହିବ । ଏହି ଲେଢ଼ଇ ନୟାଗଡରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ  ଯିବ ବୋଲି ପୂର୍ବରୁ ସମ୍ବିତ ପାତ୍ର ଟ୍ୱିଟ କରିଥିଲେ ।

Leave a Reply

Your email address will not be published. Required fields are marked *