ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ,‘କୌଣସି ଜନ ବିରୋଧୀ କାର୍ଯ୍ୟ କରିନି, ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବି’

ଭୁବନେଶ୍ୱର:-  ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଏହାସହ ସେ ନିର୍ଦ୍ଦୋଷ, କୌଣସି ଜନ ବିରୋଧୀ କାର୍ଯ୍ୟ କରିନଥିବା ସଫେଇ ଦେଇଛନ୍ତି ।

ପ୍ରଦୀପ କହିଛନ୍ତି ଯେ, ସେ କୌଣସି ଜନବିରୋଧୀ କାର୍ଯ୍ୟ କରିନାହାଁନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଥିବା ବେଳେ କ୍ଷମତାର ଅପବ୍ୟବହାର କରିନାହାଁନ୍ତି । ପ୍ରମାଣ ମିଳିଲେ ଦଣ୍ଡ ସ୍ୱୀକାର କରିବେ ଓ ଦଳର ଦାୟିତ୍ୱକୁ ସର୍ବଦା ପ୍ରାଥମିକତା ଦେଇଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ୧୫ଟି ବିଧାନସଭା ଦାୟିତ୍ୱରେ ଥିବା ବେଳେ ସେ ୧୨ଟି ଆସନରେ ଦଳକୁ ଜିତାଇଥିଲେ ।ଦଳର ପ୍ରାର୍ଥୀଙ୍କୁ ପାଣ୍ଠି ମଧ୍ୟ ତାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯଦି ଜନବିରୋଧୀ କାର୍ଯ୍ୟକ୍ରମ କରିଛନ୍ତି ତାହାର ପ୍ରମାଣ ଦଳ ଦେଉ ବୋଲି ସେ କହିଛନ୍ତି । ଆହୁରି ମଧ୍ୟଯଦି ସେ କିଛି ଭୁଲ କରିଛନ୍ତି ସାମ୍ବାଦିକମାନେ ତାହା ଖୋଜି ବାହାର କରନ୍ତୁ, ତ୍ରୁଟି ଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏହାସହ କୌଣସି ବାଲି ମାଫିଆ, ମଦ ଦୋକାନଠୁ ଟଙ୍କା ନେଇନଥିବା ସେ କହିଛନ୍ତି । ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ ତାହାର ଆକଳନ ମଧ୍ୟ କରାଯାଉ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *