IIFL ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ସୁନା ଦୋକାନୀ

କଟକ:-କଟକ ନୟାସଡକସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲୁଟ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସରୋଜ ପୃଷ୍ଟି ଓ ଆଲାମଚାନ୍ଦ ବଜାରର ଲଳିତ କୁମାର ଶୋଧି । ଏ ଦୁଇ ଜଣ ଯାକ ସୁନା ଦୋକାନୀ ବୋଲି ଜଣାପଡିଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ବୋଲି ପୁଲିସ ସୂଚନା ଦେଇଛି ।

ଏଯାଏଁ IIFL ଲୁଟ ଘଟଣାରେ ଏହି ଦୁଇ ଜଣଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ଓ ମନପୁରମ ବ୍ରାଂଚ ମ୍ୟାନେଜର ପୀତାମ୍ବର ସାହୁଙ୍କ ସମେତ ୮ ଜଣ ଗିରଫ ହୋଇଥିଲେ । ସେପଟେ ଏହି ଘଟଣାରେ ପୁଲିସ ଆହୁରି କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେଣୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଘଟଣାର ମାଷ୍ଟର ମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ ହୋଇଥିବା ଦର୍ଶାଇ ଡକାୟତିର ଡ୍ରାମା ରଚିଥିଲେ। ଅମ୍ରିତର କିଛି ବନ୍ଧୁ ସୁନାକୁ ହଡ଼ପ କରିଥିଲେ। ହେଲେ  ଅଡିଟରେ ଧରାପଡ଼ିଯିବା ଆଶଙ୍କାରେ  ନିଜ ବଡ଼ ଭାଇ ଓ ସାଙ୍ଗଙ୍କ ଜରିଆରେ ଲୁଟ୍ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।  ଲୁଟ୍‌ ପୂର୍ବଦିନ ସମସ୍ତଙ୍କୁ ଆଣି ବ୍ରାଞ୍ଚ ଦେଖାଇ ଯୋଜନା କରିଥିଲେ ଅମ୍ରିତ ଓ ତାଙ୍କ ଭାଇ । ଏହାପରେ ଗତ ୧୯ ତାରିଖ ସକାଳେ  ଅମ୍ରିତଙ୍କ ୪ ସାଙ୍ଗ ମିଶି ଲୁଟି କରିଥିଲେ।

Leave a Reply

Your email address will not be published. Required fields are marked *