ନଭେମ୍ବର ୩୦ରେ ହେବ ଚଳିତ ବର୍ଷର ଶେଷ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଚଳିତମାସ ନଭେମ୍ବର ୩୦ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଯାହାକି ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହାକୁ ଖାଲି ଆଖିରେ ଦେଖି ହେବ ନାହିଁ । ଭାରତୀୟ ସମୟ ଦିନ ୧.୨ ମିନିଟରେ ଆରମ୍ଭ ହୋଇ ୫.୨୩ ମିନିଟରେ ଶେଷ ହେବ । ଶେଷ ହେବାକୁ ଥିବା ୧୫ ମିନିଟ ପାଇଁ କେବଳ ଭାରତ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ ।  ସେପଟେ ଡିସେମ୍ବର ୧୪ରେ ଏକ ସୂର୍ଯ୍ୟ ପରାଗ ହେବ । କିନ୍ତୁ ତାହା ଭାରତବର୍ଷରେ ଦେଖିବାକୁ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *