କାନୁପୁର ପ୍ରକଳ୍ପ ନେଇ NHAIର ଅସହଯୋଗ, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର::– କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କାନୁପୁର ଜଳସେଚନ ପ୍ରକଳ୍ପ ନେଇ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ନିର୍ମାଣରେ ମନ୍ଥର ଗତି ନେଇ ଚିଠିରେ ଉଲ୍ଲେଖ ହୋଇଛି । ୨୦୦୪/୦୫ରୁ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୦ ପୁରିବାକୁ ବସିଲାଣି ହେଲେ ପ୍ରକଳ୍ପର କାମ ଏପର୍ଯ୍ୟନ୍ତ ସରିନାହିଁ ।

ତେବେ କାନୁପୁର ପ୍ରକଳ୍ପ ନେଇ NHAIର ଅସହଯୋଗ ସ୍ପଷ୍ଟ ବାରି ହୋଇପଡ଼ୁଥିବା ବେଳେ NHAIର ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ଏନ୍‌ଏଚ୍‌ ୨୧୫ରେ ୪ ଲେନ ବ୍ରିଜ ହେବା କାର୍ଯ୍ୟ ନିର୍ଧାରଣ କରାଯାଇଥିଲା । ଏଥିପାଇଁ ପ୍ରଥମିକ ସ୍ତରରେ ପ୍ରକଳ୍ପର ବ୍ୟୟବରାଦ ଥିଲା ୪୦.୬୮ କୋଟି । ଏଥିରୁ ୮୦% NHAI ବ୍ୟୟ ବହନ କରିବାକୁ ସହମତି ଦେଇଥିଲା ।

ହେଲେ ପରେ ପ୍ରକଳ୍ପର ଖର୍ଚ୍ଚ ଶହେ କୋଟି ୫୩ ଲକ୍ଷକୁ ବୃଦ୍ଧି ପାଇଛି । ଏବେ କିନ୍ତୁ NHAI ବର୍ଦ୍ଧିତ ବ୍ୟୟର ୮୦ %ଭାର ବହନ କରିବାକୁ ଅରାଜି । ଯେଉଁଥି ପାଇଁ ପ୍ରକଳ୍ପ କାମ ଗତ ବର୍ଷେ ହେଲା ବନ୍ଦ ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ସମୟରେ NHAIର କର୍ତ୍ତୁପକ୍ଷ ଏହି ପ୍ରକଳ୍ପ ନେଇ କୌଣସି ଆଗ୍ରହ ଦେଖାଉ ନାହାନ୍ତି । ଯେଉଁଥିପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *