ଆଏଫଏସ ଅଫିସର ଅଭୟ ପାଠକଙ୍କୁ ଘନ ଘନ ଜେରା : ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ
ଭୁବନେଶ୍ୱର:- ଆଏଫଏସ ଅଫିସର ଅଭୟ ପାଠକଙ୍କ ଅମାପ ସମ୍ପତ୍ତିରୁ ସରୁନି ଆକଳନ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ କରିବା ସହ ତାଙ୍କୁ ଘନ ଘନ ଜେରା କରାଯାଉଛି । ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ଆଜି ତାଙ୍କ ଘରୁ ଅଧ କିଲୋରୁ ଅଧିକ ସୁନା ମିଳିଛି । ଏବଂ ଘରୁ ଓ ଅଫିସରୁ ପୁଳା ପୁଳା ଚାର୍ଟର ଫ୍ଲାଇଟ ଟିକେଟ ମିଳିଛି ।ସେପଟେ ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ ଚାଲିଛି । ଗତକାଲି ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସର ପ୍ରାୟ ଦେଢ ଶହ କର୍ମଚାରୀ । ଏହି ବରିଷ୍ଠ ଆଇଏଫଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ ସମୟରେ ଯାହା ସାମନାକୁ ଆସିଥିଲା ସେସବୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା । ଏକାଧିକ ଦାମି ଗାଡି ସହ ଚାର୍ଟର ଫ୍ଲାଇଟ ଟିକେଟ ମିଳିଥିଲା ।ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଯାହା ଜଣାପଡିବା ପରେ ସ୍କାନରରେ ଥିଲେ ଏହି ବରିଷ୍ଠ ଅଧିକାରୀ । ଏପରିକି ତାଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ କୁହାଯାଇଥିଲା । ପାଠକଙ୍କ ସହ ତାଙ୍କ ପୁଅ ଆକାଶ କୁମାର ପାଠକ ମଧ୍ୟ ଚାର୍ଟର ପ୍ଲେନରେ ଯାଇଥିବା ଜଣାପଡିଛି । ଅଭୟ ପାଠକଙ୍କ ଅତି ବିଳାସ ବ୍ୟସନ ଜୀବନଯାପନ କରୁଥଲେ ।