କଟକ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ : ଲୁଟର ମୁଖ୍ୟ ସୂତ୍ରଧର ହେଉଛନ୍ତି ସଂସ୍ଥାର ୨ କର୍ମଚାରୀ

କଟକ,:-କଟକ ନୟାସଡ଼କ ଆଇଆଇଏଫଏଲ ସୁନା ଲୁଟର ପର୍ଦ୍ଦାଫାସ । ୬ ଦିନ ଭିତରେ ପୁଲିସକୁ ଏହି ଘଟଣାରେ ବଡ଼ ସଫଳତା ମିଳିଛି । ଏନେଇ ଆଜି ପ୍ରେସମିଟ କରି ସିପି ସୂଚନା ଦେଇଛନ୍ତି । ଲୁଟର ମୁଖ୍ୟ ସୂତ୍ରଧର ହେଉଛନ୍ତି ଆଇଆଇଏଫଏଲ କର୍ମଚାରୀ । ୨ କର୍ମଚାରୀ ହେଉଛନ୍ତି କିଷାନ ଓ ଲାଲ ଅମ୍ରିତ ରାୟ । ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି  । ୨ କିଲୋରୁ ଅଧିକ ସୁନା ଓ ୨ଟି ବାଇକ ମଧ୍ୟ ଜବତ ହୋଇଛି । ଆଇଆଇଏଫଏଲ ସଂସ୍ଥାର ସିସିଟିଭି କାମ କରୁନଥିଲା । ଏହା ଯୋଜନାବଦ୍ଧ ଥିଲା କିନ୍ତୁ ପ୍ରମାଣ ନଥିଲା ବୋଲି ସିିପି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।

ଗତ ୧୯ ତାରିଖରେ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ପ୍ରାୟ ୨୦ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା । ଲୁଟ ପରେ ପୋଲିସ ୩ଟି ଟିମ୍ ଗଠନ କରି କଟକ ଓ କଟକ ବାହାରେ ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ ଚଳାଇଥିଲା । ସେପଟେ ବିଧାନସଭାରେ କଟକ ସୁନା ଲୁଟ ଘଟଣାରେ ଆଜି ଉତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟନ୍ତ ହୋଇନି । ଆଇନ ଶୃଙ୍ଖଳା ପରିସ୍ଥିିତି ଶାନ୍ତିପୁର୍ଣ୍ଣ ଓ ନିୟନ୍ତ୍ରଣାଧୀନ ଥିବା ଗୃହରେ ବିବୃତି ରଖିଛନ୍ତି ଦିବ୍ୟଶଙ୍କର ମିଶ୍ର ।

Leave a Reply

Your email address will not be published. Required fields are marked *