ଟ୍ଵିଟରରେ ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ,

ମୁମ୍ବାଇ:- ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମଜୀବୀଙ୍କ ସହାୟତା କରିବା ପରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏହି ମହାନ କାମ ପରେ ତାଙ୍କୁ ଗରିବଙ୍କ ବିପଦର ବନ୍ଧୁ ବୋଲି କହୁଛନ୍ତି। ସୋନୁ ସୁଦ ଲକ୍‌ଡାଉନ୍‌ ପରେ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ତାଙ୍କୁ ଲୋକେ ସାମାଜିକ ଗଣମାଧ୍ୟମରେ ସାହାଯ୍ୟର ଗୁହାରି ଲଗାଉଛନ୍ତି। ସୋନୁ କେବଳ ଏହାର ଉତ୍ତର ଦେଉ ନାହାନ୍ତି ନାହିଁ ବରଂ ସାହାଯ୍ୟ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତି ଏବଂ ପୂରଣ ମଧ୍ୟ କରୁଛନ୍ତି। ନିକଟରେ ମିଡିଆ ରିପୋର୍ଟ ଅନୁଯାୟୀ ସୋନୁ ସୁଦ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା କାରଣରୁ ଜବରଦସ୍ତ ଚର୍ଚ୍ଚାରେ ରହିଛନ୍ତି। ଏହି ମାମଲାରେ ସେ ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦେଇଛନ୍ତି। ଯେବେ ଏହି ବିଷୟରେ ସୋନୁ ଜାଣିଲେ ସେ ନିଜେ ଚକିତ ହୋଇ ପଡିଥିଲେ।

ସାମାଜିକ ଗଣମାଧ୍ୟମ ଆନାଲିଟିକ୍ସ ଫର୍ମ ଟ୍ଵିଟର ଅନୁଯାୟୀ ସୋନୁ ସୁଦ ଅକ୍ଟୋବର ମାସରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ରେ ଲୋକପ୍ରିୟ ମାମଲାରେ ଚତୁର୍ଥରେ ରହିଛନ୍ତି। ଏହି ସାଇଟ୍‌ ରାଜନୈତିଜ୍ଞ, ଉଦ୍ୟୋଗପତି ଓ ସିନେ ତାରକାଙ୍କ ଟ୍ଵିଟରର ଏନଗେଜମେଣ୍ଟର ତଥ୍ୟ ଏକତ୍ର  କରନ୍ତି। ଏହି ତାଲିକାରେ ସୋନୁ ସୁଦ ଚତୁର୍ଥ ନମ୍ବରରେ ରହି ଅକ୍ଷୟ କୁମାର ଓ ଶାହରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଯେବେ ସେ ଏହି ବିଷୟରେ ଜାଣିଲେ, ସେ କହିଲେ- ମୋତେ ଏହି ବିଷୟରେ ଜଣା ନଥିଲା।

ସୋନୁ ସୁଦ କହିଛନ୍ତି, ମୋତେ ଲାଗୁଛି ସାମାଜିକ ଗଣମାଧ୍ୟମରେ ମୁଁ ସେହି ଲୋକଙ୍କ ସହ ଜଡିତ ରହୁଛି, ଯାହାଙ୍କ ମୋର ଆବଶ୍ୟକତା ରହିଛି। ଏହି ମାଧ୍ୟମକୁ ହିଁ ଏହି ପରି କାମରେ ବ୍ୟବହାର କରିବା ଉଚିତ୍। ପ୍ରଯୁକ୍ତିବିଦ୍ୟାରେ ସାଧାରଣ ଜନତା ଓ ସେଲିବ୍ରିଟିଙ୍କ ମଧ୍ୟରେ ଦୂରତା କମ ହେବା ଉଚିତ୍।

Leave a Reply

Your email address will not be published. Required fields are marked *