ମିସ୍‌ ଇଣ୍ଡିଆ-୨୦୨୦: ଓଡ଼ିଶାର ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଲେ ବଲାଙ୍ଗିର ଝିଅ ଶୁଭଶ୍ରୀ

ବଲାଙ୍ଗିର:-ମିସ୍‌ ଇଣ୍ଡିଆ-୨୦୨୦ରେ ଓଡ଼ିଶାର ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗିରି ଝିଅ ଶୁଭଶ୍ରୀ ରାୟଗୁରୁ। ମଡେଲିଂରେ ସଫଳତା ପାଇବାର ଇଚ୍ଛା ରଖିଥିବା ଶୁଭଶ୍ରୀ ଏବେ ମୁମ୍ବାଇରେ ରହୁଛନ୍ତି। ତାଙ୍କର ଏହି ଇଚ୍ଛା ଏବେର ନୁହେଁ ବରଂ ସ୍କୁଲ୍‌ ପଢ଼ିବା ବେଳଠୁ ମିସ୍‌ ଇଣ୍ଡିଆ ହେବାକୁ ସ୍ବପ୍ନ ଦେଖିଛନ୍ତି ଶୁଭଶ୍ରୀ।

ମଡେଲିଂରେ ରୁଚି ରଖିଥିବା ଶୁଭଶ୍ରୀ ଜଣେ ଉଚ୍ଚ ଶିକ୍ଷିତା ଝିଅ । ୨୦୧୪ରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟରୁ +୨ ଶିକ୍ଷା ଶେଷ କରିବା ପରେ ୨୦୧୭ରେ ମୁମ୍ବାଇ ବିଶ୍ବ ବିଦ୍ୟାଳୟ ଅଧିନ ଏଲ୍‌ସିସ୍‌ଷ୍ଟୋନ୍‌ କଲେଜ୍‌ରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ମୁମ୍ବାଇର କେସି ଆଇନ୍‌ ମହା ବିଦ୍ୟାଳୟରୁ ଏଲଏଲ୍‌ବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଶୁଭଶ୍ରୀ। ମଡେଲିଂ ସହିତ ଶୁଭଶ୍ରୀ ଭଲ ଅଭନୟ ଓ ଆଙ୍କରିଂ ମଧ୍ୟ କରନ୍ତି।

ସେ ବହୁ ଲାଇଭ୍‌ ସୋରେ ଆଙ୍କରିଂ କରି ସାରିଛନ୍ତି। କେବଳ ସେତିକି ନୁହେଁ ୧୫୦ ନାମୀ ବ୍ରାଣ୍ଡ ପାଇଁ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ କାମ କରିଛନ୍ତି ଶୁଭଶ୍ରୀ। ୨୦୧୫ରେ ଶୁଭଶ୍ରୀ କଲର୍ସ ଓଡ଼ିଆର ରିୟଲିଟି ସୋ  ‘ମିଠାମିଠା ଯୋଡ଼ି’ର ଶେଷ ରାଉଣ୍ଡ ଯାଏଁ ଯାଇଥିଲେ । ଆମାଜନ୍‌, ଏୟାରଟେଲ୍‌ ଭଳି ଅନେକ ବ୍ରାଣ୍ଡର ବିଜ୍ଞାପନରେ କାର୍ଯ୍ୟ କରିସାରିଛନ୍ତି ଶୁବଶ୍ରୀ। ତେବେ ଫେିମନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ୧୫ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍‌-୫ରେ ସ୍ଥାନ ପାଇବାର ପ୍ରଥମ ବଲାଙ୍ଗିର ଝିଅ ଭାବେ ମଧ୍ୟ ସୁନାମ ଆଣିଛନ୍ତି ଶୁଭଶ୍ରୀ ରାୟଗୁରୁ।

Leave a Reply

Your email address will not be published. Required fields are marked *