ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର :-ବିଧାନସଭାରେ ଆଗରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ବିଧାନସଭା ଆଗରେ ନୟାଗଡ଼ର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିନ୍ତୁ ଠିକଣା ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।କିଛି ଦିନ ତଳେ ନୟାଗଡ଼ରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାର ହତ୍ୟାକୁ ନେଇ ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ସେହିପରି କିଛି ଦିନ ତଳେ ବିଧାନସଭା ନିକଟରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏବେ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *