କର୍ମଯୋଗୀ ରାଜ୍ୟପାଳ; ପତ୍ନୀଙ୍କ ମୃତ୍ୟୁ ଦିନ ବି କଲେ ଅଫିସ୍‌ କାମ

ଭୁବନେଶ୍ୱର:-କର୍ମଯୋଗୀ ଭାବେ ବିରଳ ଉଦାହରଣ ସୃଷ୍ଟି କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।ପତ୍ନୀଙ୍କ ପରଲୋକ ସତ୍ତ୍ୱେ ଅଫିସ୍‌ କାମ କଲେ। ଦିନ ତମାମ ଅଫିସରେ ବସି କୁଳପତି ଚୟନ କାର୍ଯ୍ୟ ତୁଲାଇଲେ। ଆଜି ସେ ୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଦେଇଛନ୍ତି।ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନଭେମ୍ବର ୧ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାଜ୍ୟପାଳଙ୍କ ପତ୍ନୀ ସୁଶିଳା ଦେବୀ। ଗତକାଲି ରାତିରେ ତାଙ୍କର ବିୟୋଗ ହୋଇଯାଇଥିଲା। ମୃତଦେହକୁ ଆଜି ପ୍ରଥମେ ରାଜଭବନକୁ ନିଆଯାଇଥିଲା। ପରେ ତାଙ୍କୁ ପୁରୀ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। କୋଭିଡ୍‌ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି। ପତ୍ନୀଙ୍କ ବିୟୋଗ ସତ୍ତ୍ୱେ ରାଜ୍ୟପାଳ ଅଫିସ କାମ କରିଥିଲେ।

Leave a Reply

Your email address will not be published. Required fields are marked *