ଆଜି ପବିତ୍ର ଅଁଳା ନବମୀ: ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାର ଜାରି

ଆଠଗଡ଼:- ଆଜି ପବିତ୍ର ଅଁଳା ନବମୀ।  କରୋନା କଟକଣା ପାଇଁ ଧବଳେଶ୍ଵରଙ୍କ ପୀଠରେ ବନ୍ଦ ରହିବ ଦର୍ଶନ। ମନ୍ଦିର ଚାରିପଟେ ଓ ମୁଖ୍ୟ ରାସ୍ତାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହି ସମୟରେ ରାସ୍ତାରେ କୌଣସି ଭକ୍ତି ଠିଆ ହୋଇପାରିବେନି । ଏନେଇ ସୂଚନା ଦେଲେ ଆଠଗଡ ଉପଜିଲ୍ଲାପାଳ।

ଆଜି ହେଉଛି କାର୍ତ୍ତିକ ମାସର ଚତୁର୍ଥ ସୋମବାର ତଥା ଶେଷ ସୋମବାର । ଏହି ଦିନ ଦେବ ଦେବ ମହାଦେବ ଙ୍କୁ ଦର୍ଶନ କଲେ କୋଟି ଜନ୍ମ ର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ପ୍ରଥା ରହିଛି । ଯେଉଁଠି ହଜାର ହଜାର ଶ୍ରଦ୍ଧାଳୁ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଥିଲେ । ସେଠି କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ନିରାଶ ହେବାକୁ ପଡୁଛି। ରାତି ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସହିତ ବାବାଙ୍କର ରୀତି ନୀତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *