ବଦଳିଲା ନିଷ୍ପତ୍ତି; ୧୫ରୁ କମ୍‌ ପିଲା ଥିବା ସ୍କୁଲର ହେବ ମିଶ୍ରଣ

ଭୁବନେଶ୍ୱର:-ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଛି। ସିଡୁଲ ଏରିଆରେ ଏଭଳି ପାଖାପାଖି ୩୦୦୦ ସ୍କୁଲ ଥାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସେ ଆହୁରି କହିଛନ୍ତି-“ରାଜ୍ୟରେ ୭୭୭୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନ୍‌ସିଡୁଲ ଏରିଆରେ ଅଛି। ଏହି ୧୭୨୪ ସ୍କୁଲରୁ କିଛି ସ୍କୁଲରେ ୨୫ରୁ କମ ଛାତ୍ରଛାତ୍ରୀ ଅଛନ୍ତି। ଆଉ କିଛି ସ୍କୁଲରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଅଛନ୍ତି। ୬୦୪୮ ସ୍କୁଲରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି। ସ୍କୁଲ ମିଶ୍ରଣ ବେଳେ ନାଚୁରାଲ ବ୍ୟାରିୟର କଥା ବିଚାର କରାଯିବ। ଏହା ବାଦ ସ୍ଥାନୀୟ ସମସ୍ୟା ନେଇ ଜଣାଇଲେ ପଦକ୍ଷେପ ନିଆଯିବ।”

ସୂଚାରୁ ପ୍ରକାଶ, ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ବିଧାନସଭାରେ ସ୍କୁଲ ତାତି ଦେଖାଦେଇଥିଲା। ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ସରଗରମ ହୋଇଥିଲା ଆଲୋଚନା। ରାଜ୍ୟ ସରକାର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରାନଗଲେ, ବାଚସ୍ପତିଙ୍କ ପୋଡିୟମ୍‌ ତଳେ ବସିବାକୁ କହିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ସେହିପରି କଂଗ୍ରେସ ମଧ୍ୟ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି।

Leave a Reply

Your email address will not be published. Required fields are marked *