ଭାରତ-ପାକିସ୍ତାନୀ ସୀମାରେ ସୁଡଙ୍ଗ ଠାବ, ବିଏସଏଫ ଆଇଜି କହିଲେ- ନାଗରୋଟାରେ ନିହତ ଆତଙ୍କୀ ଏହି ରାସ୍ତା ଦେଇ ଆସିଥିଲେ

ଜାମ୍ମୁ:-ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ(ବିଏସଏଫ)ର ଯବାନ ଏକ ସୁଡଙ୍ଗ ଚିହ୍ନଟ କରିଛନ୍ତି। ବିଏସଏଫର ଆଇଜି ଏନଏସ ଜାମବାଲ କହିଛନ୍ତି, ଲାଗୁଛି ନାଗରୋଟ ଏନକାଉଣ୍ଟରରେ ପ୍ରାଣ  ହରାଇଥିବା ଚାରି ଆତଙ୍କୀ ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ବିଏସଏଫ ଓ ଜାମ୍ମୁ-କାଶ୍ମୀର ପୁଲିସର ଏକ ପାଟ୍ରୋଲିଂ ଦଳ ଏହି ସୁଡଙ୍ଗ ଠାବ କରିଛନ୍ତି।

ବିଏସଏଫ ଆଇଜି କହିଛନ୍ତି, ନାଗରୋଟାରେ ନିହତ ଆତଙ୍କବାଦୀ ୩୦ ରୁ ୪୦ ମିଟରର ଏହି ଲମ୍ବା ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପଶିଥିଲେ। ଏହା ଏକ ନୂଆଁ ସୁଡଙ୍ଗ। ଲାଗୁଛି କେହି ଜଣେ ସେମାନଙ୍କୁ ଗାଇଡ୍ କରି ହାଇଓ୍ଵେ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିଛି।

ସୁରକ୍ଷାବଳ କହିଛନ୍ତି, ଚଳିତ ସପ୍ତାହରେ ଜାମ୍ମୁ-ଶ୍ରୀନଗର ରାଜପଥ ନିକଟ ନାଗରୋଟା ଟୋଲ୍ ପ୍ଲାଜା ନିକଟରେ ଗୁଳିବିନିମୟରେ ପ୍ରାଣ ହରାଇଥିବା ଚାରି ଆତଙ୍କୀ ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମା ନିକଟ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ।

ଅଧିକାରୀ କହିଛନ୍ତି, ଶୁକ୍ରବାରଠୁ ହିଁ ସୀମାରେ ସୁଡଙ୍ଗ ନିରୋଧୀ ଅଭିଯାନ ଜାରି ରହିଛି। ଏହାରି ଆଧାରରେ ସୀମାରେ ଏମିତି ଅବୈଧ ସୁଡଙ୍ଗର ସନ୍ଧାନ କରୁଛନ୍ତି।

Leave a Reply

Your email address will not be published. Required fields are marked *