ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନୂଆପଡା:-ସୁରକ୍ଷାକର୍ମୀଙ୍କୁ ବଡଧରଣର ସଫଳତା । ନୂଆପଡ଼ା ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଛି ।ଖବର ଅନୁଯାୟୀ, CRPF ଯବାନ କୌଣସି ସୁତ୍ରରୁ ଖବର ପାଇ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଅପରେସନ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ବୋଡେନ ଥାନା ପାଟଦର୍ହା ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ସୁରକ୍ଷାକର୍ମୀମାନେ ମାଓ କ୍ୟାମ୍ପରୁ  ଅନେକ ସାମଗ୍ରୀ ସହ ଗୁଳି, ଗୋଳା, ବାରୁଦ, ବନ୍ଧୁକ , ମାରଣାସ୍ତ୍ର ଜବତ କରିଛି । ନୂଆପଡା CRPF 216  ଯବାନଙ୍କୁ ଏହି ସଫଳତା ମିଳିଛି ।

Leave a Reply

Your email address will not be published. Required fields are marked *