ବନ୍ଧୁକ ମୁନରେ ଲୁଟ୍, ୨ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା

ସାଲେପୁର:– ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ । କିଛି ଦିନ ତଳେ କଟକର ଏକ ଫାଇନାନ୍ସ କମ୍ପାନୀରୁ ବନ୍ଧୁକ  ଦେଖାଇ ୧୨କୋଟିରୁ ଅଧିକ ଟଙ୍କାର ଲୁଟି ନେଇଥିଲେ । ଗୋଟିଏ ଲୁଟ୍‌ କେସ୍‌ରୁ ପରଦା ହଟିନଥିବା ବେଳେ ଆଉ ଏକ ଲୁଟ୍‌ ହୋଇଛି । ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧ଲକ୍ଷ ୬୫ହଜାର ଟଙ୍କାର ଲୁଟ୍‌ ହୋଇଛି । କଟକ ଜିଲ୍ଲା ଟାଙ୍କୀ ଥାନାରେ ଏହି ଲୁଟ୍‌ ଘଟିଛି ।ଖବର ଅନୁଯାୟୀ, ଟାଙ୍ଗୀ ଥାନା ମଙ୍ଗୁଳି ରେଳଓ୍ୱେ ଓଭରବ୍ରିଜ୍‌ ନିକଟରେ ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଛି । ୨ଜଣ କର୍ମଚାରୀମାନଙ୍କୁ ଠାରୁ ୧ଲକ୍ଷ ୬୫ହଜାର ଟଙ୍କା ସଂଗ୍ରହ କରି ରାତିରେ ବ୍ୟାଙ୍କକୁ ଫେରୁଥିବା ବେଳେ ଲୁଟ୍‌ ହୋଇଛି । ୨ଜଣ ଲୁଟେରା ବାଇକରେ ଆସି କର୍ମଚାରୀଙ୍କ ଗାଡ଼ି ସମ୍ମୁଖରେ ଗାଡି ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟିନେଇଥିଲେ । ଘଟଣାସ୍ଥଳରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ୨ କର୍ମଚାରୀ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି । ଟାଙ୍କୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *