ପାଟଣାଗଡ଼ ଗଣହତ୍ୟାର ପର୍ଦ୍ଦାଫାଶ: ୧୦ ବର୍ଷର ବିବାଦ, ପ୍ରେମ ଓ ପତିଆର ପାଇଁ ଗଡିଲା ୬ ମୁଣ୍ଡ

ପାଟଣାଗଡ଼:–ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାଶ। ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଏହି ହତ୍ୟା ଘଟଣାରେ ୩ଟି ପରିବାରର ଲୋକ ସଂପୃକ୍ତ ଅଛନ୍ତି। ୧୦ ପୂର୍ବରୁ ଏମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ମିଳିଥିବା ସୂଚନା ମୁତାବକ, ପ୍ରେମ ଓ ପତିଆରା ଲାଗି ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବରୁ ଏହି ପରିବାର ସହ ଏମାନଙ୍କର ବିବାଦ ଥିଲା। ତେଣୁ ରାଗରେ ସେମାନଙ୍କୁ ହତ୍ୟା କରାଯାଇଥିଲା।

ଗତ ୧୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟା ଘଟଣାରେ ୭ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଅଛନ୍ତି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ତବଳି, ଗଇନ୍ତି ଓ ତଳ ୱାର ସହ ୬ ଟି ମୋବାଇଲ ଜବତ। ଗିରଫ ଅଭିଯୁକ୍ତ ହେଲେ ବାବୁଲାଇ ଜାନି, ଛାୟା ଗଣ୍ଡ, ବଳଦେବ ଗଣ୍ଡ, ମନିଷା ଗଣ୍ଡ, ଭୋଳା ଜାନି, ଶିବ ଜାନି ଏବଂ ବିକଲ କାଇରି।

Leave a Reply

Your email address will not be published. Required fields are marked *