ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଦୁର୍ବୁତ୍ତ, ଲକର ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଲେ
ସାନଖେମୁଣ୍ଡି:- ଦିଗପହଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ରାଜସ୍ୱ ନିରକ୍ଷକ କାର୍ଯ୍ୟଳୟରୁ ଚୋରି ଅଭିଯୋଗ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅଧିନସ୍ଥ ନିମଖଣ୍ଡିପେଣ୍ଠ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ସୋମବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ମୁଖ୍ୟ ଫାଟକର ତାଲା ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ସୋମବାର ଦିନ ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ବିଘ୍ନେଶ୍ୱର ଆଚାର୍ଯ୍ୟ, ସହକାରୀ ରାଜସ୍ଵ ନିରୀକ୍ଷକ ଭଗବାନ ପାତ୍ର ନିଜ କାର୍ଯ୍ୟ ସାରି ସନ୍ଧ୍ୟା ୫ ଟାରେ କାର୍ଯ୍ୟାଳୟର ସମସ୍ତ ତାଲା ବନ୍ଦ କରି ଚାଲି ଯାଇଥିଲେ । ତେବେ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ପାଚେରୀ ଡେଇଁ ମୁଖ୍ୟ ଫାଟକ ତାଲାକୁ କଟର ମେସିନ ସାହାଯ୍ୟରେ କାଟି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଏହାପରେ ବିଦ୍ୟୁତ ସରବରାହ କାଟି ଡ୍ର ଭିତରେ ରହିଥିବା ସମସ୍ତ ଆଲମାରୀ ଚାବି ନେଇ ଆଲମାରୀ ଖୋଲିବା ପରେ କାଗଜପତ୍ର ଘଣ୍ଟାଘଣ୍ଟି କରିଥିବା ପାରିପର୍ଶ୍ଵିକ ପରିସ୍ଥିତିରୁ ଜଣାପ ପଡିଛି। ତେବେ ଅନ୍ୟ ରୁମରେ ଥିବା ଲକର ଚାବି ଭାଙ୍ଗି ସେଥିରେ ଥିବା ୯୦ ହଜାର ଟଙ୍କା ଲୁଟି ପଛ କବାଟ ଭାଙ୍ଗି ପଳାଇଥିବା ଅଭିଯୋଗ ହୋଇଛି ।କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ କାଗଜପତ୍ର ଓ ଲାପଟପ୍ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲେ ମଧ୍ୟ ସେଗୁଡିକୁ ଦୁର୍ବୃତ୍ତ ମାନେ ନେଇନଥିବା ଜଣାପଡିଛି । ମଙ୍ଗଳବାର ସକାଳୁ ପ୍ରତ୍ୟେକ ଦିନ ଭଳି କର୍ମଚାରୀ ପ୍ରକାଶ ମଲ୍ଲିକ କାର୍ଯ୍ୟାଳୟ ତାଲା ଖୋଲିବା ପାଇଁ ଯିବା ସମୟରେ ତାଲା ଭାଙ୍ଗିଥିବା ଜାଣି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ପୋଲିସ ଥାନାରେ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି ।