ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ:- ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ। ଯୋଗୀ ନଭେମ୍ବର ୧୫ ତାରିଖ ରବିବାର ଦିନ ବିଶେଷ ବିମାନରେ ଅପରାହ୍ନ ସାଢେ ଗୋଟେ ବେଳେ ଡେରାଡୁନ ଜୋଲୀଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିବେ। ଏଠାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଯୋଗୀଙ୍କୁ ସ୍ୱାଗତ କରିବେ। ସେଠାରୁ ଉଭୟ ମୁଖ୍ୟମନ୍ତ୍ରୀ କେଦାରନାଥ ଧାମ ଗସ୍ତ କରିବେ।ହେଲିକେପ୍ଟର ପାଖାପାଖି ୩ଟା ବେଳେ କେଦାରନାଥରେ ପହଞ୍ଚିବ। ପହଞ୍ଚିବା ପରେ ସନ୍ଧ୍ୟା ସାଢେ ୫ଟା ଯାଏଁ କେଦାରନାଥ ବାବାଙ୍କ ଦର୍ଶନ, ପୂଜା ଓ ଭ୍ରମଣ କରିବେ। ଏହାପରେ ଦୁଇ ମୁଖ୍ୟମନ୍ତ୍ରୀ କେଦାରନାଥରେ ରାତ୍ରିଯାପନ କରିବେ।ଏଠାରେ ସେ ଉତ୍ତର ପ୍ରଦେଶ ସରକାରଙ୍କ ଭବନ ଶିଳାନ୍ୟାସ କରିବେ। ୧୬ ତାରିଖରେ ସେ ପୁଣି ଜୋଲୀଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ସେ ପୁଣି ଲକ୍ଷ୍ନୌ ଫେରିବେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯୋଗୀଙ୍କ Z plus ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ-ପ୍ରଶାସନ ଓ ଗୁଇନ୍ଦା ବିଭାଗ ଆଲର୍ଟ ରହିଛି।ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗୋରଖନାଥ ପୀଠ ମହନ୍ତ ଯୋଗୀ ଆଦିତ୍ୟନାଥ ମୂଳତଃ ଉତ୍ତରାଖଣ୍ଡ ବାସିନ୍ଦା। ୧୯୭୨ ମସିହା ଜୁନ ୫ ତାରିଖରେ ପୋୖଡି ଗଡ଼ବାଲ ଜିଲ୍ଲା ପଂଚୁର ଗାଁରେ ଯୋଗୀ ଜନ୍ମ ହୋଇଥିଲେ। ୧୯୯୪ ମସିହାରେ ସାଂସାରିକ ମୋହମାୟା ତ୍ୟାଗ କରି ସେ ସମ୍ପୂର୍ଣ ରୂପେ ସନ୍ୟାସୀ ହୋଇଗଲେ।