ନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ,ପୂରା ଘଟଣା କହିଲେ ଅମ୍ଳାନ
କଟକ:- ଏକ ଅଭାବନୀୟ ଘଟଣା ଘଟିଛି। ପ୍ରତିଷ୍ଠିତ ଅଭିନେତା ମିହିର ଦାସଙ୍କ ବୋହୂ ତଥା ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀଙ୍କୁ ନଦୀରୁ ଉଦ୍ଧାର କରାଯାଇଛି।କଟକସ୍ଥିତ ନୂଆପାଟଣା ନିକଟ ମହାନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏବଂ ପୋଲିସର ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି।ମିଳିଥିବା ସୂଚନା ଅନୁସାରେ ଅମ୍ଲାନଙ୍କ ପତ୍ନୀ ଭୂମିକା ନଦୀକୁ ଫୁଲ ପକାଇବାକୁ ଯାଇଥିଲେ। ତାଙ୍କ ଗୋଡ ଖସି ଯାଇଥିଲା। ଅନ୍ୟପଟେ ସେ ନଦୀକୁ ଜାଣିଶୁଣି ଡେଇଁ ପଡିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ପରେ ଭୂମିକା ଥାନାରେ ଅଛନ୍ତି।ଭୂମିକା ନଦୀରେ ପଡିଥିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ। ସେଠାରେ ୨୪ ଘଣ୍ଟିଆ କ୍ୟାମ୍ପ ପଡିଥିବା ପୋଲିସ୍ଙ୍କୁ ଖବର ଦେଇଥିଲେ। ପୋଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟପଟେ ଶ୍ବଶୁର ମିହିର ଦାସ ଏବଂ ସ୍ବାମୀ ଅମ୍ଲାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପତ୍ନୀ ମହାନଦୀରୁ ଉଦ୍ଧାର ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ଳାନ। ସେ କହିଛନ୍ତି ଯେ, ମୁଁ ତାଙ୍କୁ ନିଜେ ଗାଡ଼ିରେ ନେଇ ବିସର୍ଜନ କରିବାକୁ ଯାଇଥିଲି। ପୋଲରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ବିସର୍ଜନ କରୁଥିବା ବେଳେ ମୁଁ ଗାଡ଼ିରେ ବସି ଫୋନରେ କଥା ହେଉଥିଲି। ହଠାତ୍ ସେ ନଦୀକୁ ଖସି ପଡ଼ିଥିବା ମୁଁ ଦେଖିଛି। ଘଟଣା ସମ୍ପର୍କରେ ତତକ୍ଷଣାତ ପୁଲିସକୁ ଫୋନ କରାଯାଇଥିଲା। ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୌଭାଗ୍ୟବଶତଃ ମୋ ସ୍ତ୍ରୀର କୌଣସି କ୍ଷତି ହୋଇ ନାହିଁ ବୋଲି ଅମ୍ଳାନ କହିଛନ୍ତି।ତେବେ ଏହା ପଛରେ କୌଣସି ପାରିବାରିକ ବିବାଦ ଅଛି କି ବୋଲି ପଚରା ଯିବାରୁ ଅମ୍ଳାନ ମନା କରିଦେଇଥିଲେ। କହିଥିଲେ ଆମର ବର୍ଷେ ହେବ ବାହାଘର ହୋଇଛି। ଆମ ଭିତରେ କିଛି ମନାନ୍ତର ନାହିଁ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ଆଜି ମହାନଦୀରୁ ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇ ଥିଲା । ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ଉଭୟ ଅମ୍ଳାନ ଓ ତାଙ୍କ ସ୍ତ୍ରୀ ପହଞ୍ଚି ଥିଲେ ।