ଦୀପାବଳି ପରେ ଆହୁରି ଶୀତ, ତାପମାତ୍ରା ୩ ରୁ ୪ଡିଗ୍ରୀ କମିପାରେ…

ଭୁବନେଶ୍ୱର:-ଦୀପାବଳି ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଗତ ୩ ଦିନ ହେଲା ପୂର୍ବତରଙ୍ଗାୟିତ ପବନ ବୋହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ର ବଢିଥିଲା । ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । କିନ୍ତୁ ଆଜିଠାରୁ ପୂର୍ବା ପବନ ଦୁର୍ବଳ ହେବା ସହ ଆକାଶ ନିର୍ମଳ ରହିବ ସମ୍ଭାବନା ଥିବାରୁ, ରାଜ୍ୟରେ ତାପମାତ୍ରା କମିବ । ଆଉ ଶୀତ ମଧ୍ୟ ବଢିବ । ଏମିତି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗ ଅନୁସାରେ , ୨ ରୁ ୩ ଦିନ ହେବ ବଙ୍ଗୋପସାଗର ଅଞ୍ଚଳରୁ ଆସୁଥିବା ପବନ ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରରେ ବୃଦ୍ଧି ଘଟିଥିଲା । କିନ୍ତୁ ପୂର୍ବ ଦିଗରୁ ବୋହୁଥିବା ପବନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ସେହିପରି ଗତ ୨୪ଘଣ୍ଟାରେ ସୋନପୁର ଠାରେ ସର୍ବନିମ୍ନ ୧୪.୨ ଡିଗ୍ରୀ , ଦାରିଙ୍ଗିବାଡ଼ି ଠାରେ ୧୪ ଏବଂ କୋରାପୁଟ ୧୪.୬ ଡିଗ୍ରୀ ରାତ୍ରୀକାଳୀନ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏବଂ ୬ ରୁ ୭ଦିନ ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ୱଳ୍ପ ବର୍ଷା ହୋଇପାରେ । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବାର ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *