ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର ହେଲେ ୪୮ ଦାଦନ ଶ୍ରମିକ, ଦଲାଲ ଫେରାର୍

କଣ୍ଟାବାଞ୍ଜି:– ରାଜ୍ୟ ବାହାରକୁ ବେଆଇନ୍‌ ଭାବେ ଦାଦନ ଚାଲାଣ ବେଳେ ଶ୍ରମିକ ଉଦ୍ଧାର । କଣ୍ଟାବାଞ୍ଝି ପୋଲିସ ଦ୍ୱାରା ୪୮ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ  ୨୫ ପୁରୁଷ, ୨୩ ମହିଳା ଥିବା ବେଳେ ୮ ଶିଶୁ ଥିବା ଜଣାଯାଇଛି ।ଦାଦନ ଶ୍ରମିକ ମାନେ ବରଗଡ ଜିଲ୍ଲା ବରପାଳି, ନୁଆପଡା ଜିଲ୍ଲା ବୁଡେନ, ସିନାପାଳି, ବଲାଙ୍ଗିର ଜିଲ୍ଲା ମୁରିବାହାଲ, ଚୁଡାପାଳିଅଂଚଳର ବୋଲି ଜଣାଯାଇଛି । ଉଦ୍ଧାର ଦାଦନ ଶ୍ରମିକ ମାନେ ଦାଦନ ସର୍ଦାର ଠାରୁ ମୁଣ୍ଡା ପିଛି ୩୫ ରୁ ୪୦ ହଜାର  ଲେଖାଏ ମୁଣ୍ଡପିଛା ଅଗ୍ରିମ ନେଇ ଅଟୋ ଓ ପିକଅପ ଗାଡିରେ ଯୋଗେ ରେଳ ଷ୍ଟେସନକୁ ଯାଉଥିବା ବେଲେ ପୋଲିସ ଚଢାଉ କରିଥିଲା ।ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇନ୍ଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ଜଣାଯାଇଛି । ତେବେ ପୋଲିସ ଚଢାଉ ବେଲେ ଦାଦନ ସର୍ଦାର ଫେରାର ହୋଇଥିବା ଜଣାପଡିଛି । ଏଠାରେ କାମ ଧନ୍ଧା ମିଲୁନଥିବା ଯଏାଗୁଁ ଶମିକ ମାନେ ରାଜ୍ୟ ବାହରକୁ ବାଧ୍ୟ ହୋଇ କାମ କରିବାକୁ ଯାଉଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *