ଲଦାଖରେ ଚାଇନାର ଦାଦାଗିରି ବିରୁଦ୍ଧରେ ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା
ନୂଆଦିଲ୍ଲୀ:-ଚାଇନା ବିରୁଦ୍ଧରେ ଭାରତ ସହିତ ଏକାଠି ହୋଇଛି ଆମେରିକା । ଭାରତ ଓ ଆମେରିକା ମଧ୍ୟରେ ବଢୁଥିବା ବନ୍ଧୁତା ଯୋଗୁଁ ଚାଇନା ଏବେ ଚିନ୍ତାରେ । କିନ୍ତୁ ଖାଲି ଚାଇନା ନୁହେଁ, ଆମେରିକା ଓ ଭାରତର ବନ୍ଧୁତା ଯୋଗୁଁ ଋଷ୍ ମଧ୍ୟ ଚିନ୍ତାରେ ପଡିଯାଇଛି । ଋଷ୍ ସଙ୍କେତ ସଙ୍କେତରେ କହିଛି କି ଲଦାଖ ତିକ୍ତତାକୁ ଅପବ୍ୟବହାର କରି ଆମେରିକା ନିଜ ଭୂ-ରାଜନୈତିକ ଉଦ୍ଦେଶ୍ୟ ପାଇଁ ଭାରତ ସହିତ ବନ୍ଧୁତା କରୁଛି ।
ଭାରତରେ ଋଷର ଉପ ମିଶନ ପ୍ରମୁଖ ରୋନ ବାବୁଶିକ୍ନ ଶୁକ୍ରବାର କହିଛନ୍ତି କି ‘ଏହା ସ୍ପଷ୍ଟ କି ବୈଶିକ ଅନିଶ୍ଚିତତା ଭିତରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ବଢୁଛି ଏବଂ ଏହାର ପ୍ରଭାବ ୟୁରେସିଆ କ୍ଷେତ୍ରର ସ୍ଥିରତା ଉପରେ ପଡୁଛି । ଅନ୍ୟପଟେ କିଛି ଶକ୍ତିଶାଳୀ ଦେଶ ଏହାକୁ ନିଜ ଫାଇଦା ଓ ଭୂ-ରାଜନୈତିକ ଉଦ୍ଦେଶ୍ୟ ପାଇଁ ଦୂରୁପଯୋଗ କରୁଛନ୍ତି ।’ ସେ ଏହାମଧ୍ୟ କହିଛନ୍ତି କି ‘ ଆମେ ମାନୁଛୁ ଯେ ଆମ ଉଭୟ ଏସିଆନ୍ ଦେଶକୁ ଅଧିକ ସକାରାତ୍ମକ ସମ୍ବାଦ ପାଇଁ ପ୍ରୋତ୍ସାହିତ କରିବା ଗୁରୁତ୍ୱପୂର୍ଣ୍ଣ ।’
ରୋମନ କହିଛନ୍ତି କି ତାଙ୍କ ଦେଶ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଯୋଗୁଁ ସ୍ୱାଭାବିକ ଭାବେ ଚିନ୍ତିତ ଅଛନ୍ତି ଏବଂ ଉଭୟ ପଡୋଶୀ ଦେଶ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ କି ସେମାନେ ଅଧିକ ରଚାନାତ୍ମକ ଆଲୋଚନାରେ ସାମିଲ ହୁଅନ୍ତୁ । ବାସ୍ତବରେ ପୂର୍ବ ଲଦାଖରେ ଚାଲୁଥିବା ତିକ୍ତତା ଜରିଆରେ ଋଷ୍ ଓ ଆମେରିକା ଉଭୟ ନିଜର ଫାଇଦା ଚାହୁଁଛନ୍ତି ଏବଂ ଏହି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।
ତେବେ ଆମେରିକା ଯୋଗୁଁ ଋଷର ଚିନ୍ତା ବଢିଯାଇଛି । ଋଷ୍ ଏଥିପାଇଁ ଡରୁଛି କି ଯଦି ଆମେରିକାର ପ୍ରଭାବ ଏସିଆରେ ଅଧିକ ବଢିଯିବ ତେବେ ଭାରତରୁ ଦୂରେଇଯିବା ପରେ ଋଷୀୟ ଅର୍ଥବ୍ୟବସ୍ଥାରେ ସଙ୍କଟ ବଢିଯିବ । ଏହି କାରଣରୁ ଋଷ୍ ସାଙ୍ଘାଇ ସହଯୋଗ ସଙ୍ଗଠନ ଓ ବ୍ରିକ୍ସର ବୈଠକ ଜରିଆରେ ଭାରତ ଓ ଚୀନ ମଧ୍ୟରେ ଥିବା ତିକ୍ତତାକୁ ହ୍ରାସ କରିବାରେ ଲାଗିପଡିଛି ।