ଘରେ ଗଚ୍ଛିତ ଥିଲା କାଠ, ବନବିଭାଗ ଖବର ପାଇ କଲେ ଚଢାଉ ; ଜବତ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ପାଟଣା :- ଘର ଭିତରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍ ସିଆଳିଯୋଡ଼ା ଗାଁରେ ଚଢାଉ କରି ଜବତ କଲା ବନ ବିଭାଗ । ଗାଁର ଗୌରହରୀ ମହାନ୍ତଙ୍କ ଘରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି । ଘର ମାଲିକଙ୍କୁ ଅଟକ ରଖି ପଚରାଉପଚରା ଜାରି ରଖିଛି ।
ଖବର ଅନୁଯାୟୀ, କେନ୍ଦୁଝର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ୱାର୍ଡ ଓ ପାଟଣା ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ୧୮୧ ଖଣ୍ଡ ବିଭିନ୍ନ ପ୍ରକାର କାଠର ଚୌକାଠ ଓ ଶାଳ ଗଣ୍ଡି ଜବତ କରିଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି । ଏଥି ସହିତ ଘର ମାଲିକ ଗୌରହରୀ ମହାନ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ରେଞ୍ଜର କହିଛନ୍ତି। ତେବେ ଏତେ ମାତ୍ରାରେ ଗଛ କଟା ଯାଇ ଘରେ ଗଛିତ ରଖିବା । କିଭଳି ସ୍ଥାନୀୟ ବନବିଭାଗ କର୍ମଚାରୀମାନେ ଜାଣିପାରୁନାହାଁନ୍ତି , ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।