ଭାଉଜର ଗଳା ଚିପି ହତ୍ୟା କଲା ଦିଅର

ନୂଆଦିଲ୍ଲୀ;-ରାଜଧାନୀ ଦିଲ୍ଲୀରୁ ପୁଣି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।

ଦିଲ୍ଲୀର କରାଓ୍ବଲ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଭାଉଜର ଗଳା ଚିପି ହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦିଅର ରୋହିତ ନିଜ ଭାଉଜଙ୍କ ହତ୍ୟା କରିଛି।ରୋହିତ ଓ ତା ଭାଉଜ୍‌ ଲିଭ୍‌ ଇନ୍‌ରେ ରହୁଥିଲେ। ଘରୋଇ କଳିକୁ କେନ୍ଦ୍ର କରି ନିଜ ଭାଉଜର ଗଳା ଚିପି ରୋହିତ ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ମହାନିର୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛି ରୋହିତ।

ତେବେ ପୋଲିସକୁ ରୋହିତ ଘଟଣା ସମ୍ପର୍କରେ ଜଣାଇଛି। ରୋହିତ ଅନୁସାରେ ଭାଉଜ କଳିରେ ଅତିଷ୍ଠ ହୋଇ ତା ବଡ଼ ଭାଇ ଦୁଇ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତା ପରଠୁ ଭାଉଜ-ଦିଅର ସାଙ୍ଗରେ ରହୁଥିଲେ। କିନ୍ତୁ କିଛି ଦିନ ଗଲା ପରେ ସେମାନଙ୍କ ମଧ୍ୟ​‌ରେ ମତାନ୍ତର ଓ ପରେ ଝଗଡ଼ା ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ରୋହିତ ନିଜ ଭାଉଜର ଗଳା ଚିପି ହତ୍ୟା କରିଛି। ତେବେ ପୋଲିସ ରୋହିତକୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ରୋହିତକୁ ଜେଲ୍‌ ପଠାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *