ଦୀପାବଳି ପାଇଁ ଗଞ୍ଜାମରେ କଡା ନିର୍ଦ୍ଦେଶନାମା : ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ହେବ ଯାଞ୍ଚ

ଗଂଜାମ :–ମହାମାରୀ କରୋନା ପାଇଁ ଗଂଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ନିଷେଧ । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ଦୀପାବଳି ପାଳନ ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ଯାଞ୍ଚ ହେବ ବୋଲି କହିଛନ୍ତି ।ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠାର ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମିଠା ଯାଞ୍ଚ ବେଳେ ଭିଡ଼ିଓ କରି ପଠାଇବାକୁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ । ମନ୍ଦିର ଖୋଲାଯାଇଥିଲେ ସମ୍ପୃକ୍ତ ମନ୍ଦିରର ପୂଜକ ନାମରେ ମାମଲା ରୁଜୁ କରାଯିବ । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସର୍ତକ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *