ପରାଜୟ ମାନିବାକୁ ନାରାଜ ଟ୍ରମ୍ପ: ପୁଣି ଟ୍ବିଟ୍ କଲେ
ଓ୍ବାସିଂଟନ୍ :-ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ବିଜୟ ହାସଲ କରିଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ପଦବୀ ପାଇବାରୁ ବଞ୍ଚିତ ରହିଛନ୍ତି। ଆମେରିକାବାସୀ ତାଙ୍କୁ ପରାଜୟର ରାସ୍ତା ଦେଖାଇଥିବା ବେଳେ ଏବେ ସୁଦ୍ଧା ଟ୍ରମ୍ପ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୁଣି ଟ୍ବିଟ୍ କରି ‘ଆମେ ଜିତିବୁ’ ବୋଲି ଦାବି କରିଛନ୍ତି। ତେବେ ଏନେଇ ସେ ବାରମ୍ବାର ଦାବି କରିଆସୁଥିବା ବେଳେ ଫଳାଫଳ ମିଳିବା ପରେ ବି ସେ ବାଉଳା ହେଉଥିବା ଚର୍ଚ୍ଚା ହେଉଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁମତ ପାଇଥିବା ବାଇଡେନ୍ ୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ଡେମୋକ୍ରାଟିକ୍ ପାର୍ଟି ଭୋଟ୍ ହେରଫେର କରିଥିବା ନେଇ ଅଭିଯୋଗ କରିଆସିଛନ୍ତି। ଏହାକୁ ନେଇ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।
ବୃହତ୍ତ ବିଜୟ ବୋଲି ବାରମ୍ବାର ଟ୍ବିଟ୍ କରୁଥିବା ଟ୍ରମ୍ପ ବାଇଡେନଙ୍କ ସହ ଡେମୋକ୍ରାଟିକ୍ ପାର୍ଟିକୁ ଟାର୍ଗେଟ କରୁଛନ୍ତି। ଆମେ ତାଙ୍କଠୁ ଆଗରେ କିନ୍ତୁ ସେମାନେ ଭୋଟ୍ ଚୋରି କରୁଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ। ଆମେ ସେମାନଙ୍କୁ ସେମିତି କରିବାକୁ ଦେବାନି। କାରଣ ମତଦାନ ପରେ ଭୋଟ ହୋଇପାରିବନି ବୋଲି ରାଷ୍ଟ୍ରପତି କହିଛନ୍ତି।
ଡେଲଓ୍ବେରରେ ବାଇଡେନ୍ଙ୍କ ଭାଷଣ ପରେ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍ କରିଥିଲେ। ବାଇଡେନ୍ ନିଜର ସମର୍ଥକଙ୍କୁ ବିଶ୍ବାସ ରଖିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଟ୍ରମ୍ପ ଟ୍ବିଟ୍ କରିଥିଲେ ଯେ ‘ ନିର୍ବାଚନ ଦିନ ରାତି ୮ଟା ପରେ ମଧ୍ୟ ଅସତ ଉପାୟରେ ଭୋଟ ଗ୍ରହଣ କରାଯିବାରୁ ପେନସିଲଭେନିଆ ସମେତ ଅନ୍ୟ କିଛି ସ୍ଥାନରେ ଫଳାଫଳ ପରିବର୍ତ୍ତନ ହୋଇଥିଲା।’