BMCରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଲେ
ଭୁବନେଶ୍ୱର :-ଭୁବନେଶ୍ୱର ମହାନଗର ନିଗମ BMCରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ।
ଅଭିଯୋଗକାରୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMCରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ ସାଙ୍ଗ ଅଭିଜିତ ପ୍ରଥମେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିଲା। ପରେ ସାନ ଭାଇ ଓ ଅନ୍ୟ କେତେକଙ୍କୁ ମଧ୍ୟ ଚାକିରି କରାଇ ଦେବାକୁ କହି ସେମାନଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଇଥିଲା । ଏପରିକି ଡାକ ଜରିଆରେ ଜାଲ୍ ନିଯୁକ୍ତିପତ୍ର ମଧ୍ୟ ପଠାଇଥିଲା।
କିଛି ଦିନ ପରେ ମୋନାଲି ଜାଣି ପାରିଥିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି । ଏହାପରେ ଅଭିଜିତକୁ ଧରି ପୁଲିସ୍ ଜିମା ଦେଇଛନ୍ତି ।ଅଭିଯୁକ୍ତ ନିଜେ ନିଯୁକ୍ତିପତ୍ର ତିଆରି ଏପରି ଜାଲିଆତି କରିଥିବା ସ୍ୱୀକାର କରିଛି ।