ପୁନମ୍ ପାଣ୍ଡେଙ୍କ ପରେ ଏବେ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ : ଗୋଆ ବିଚ୍‌ରେ ନଗ୍ନ ହୋଇ ଦୌଡ଼ିଥିବା ଅଭିଯୋଗ

ମୁମ୍ବାଇ:-ବଲିଉଡ ଅଭିନେତା -ମଡେଲ୍ ମିଲିନ୍ଦ ସୋମନ ନିକଟରେ ଗୋଆ ବିଚ୍‌ରେ ନଗ୍ନ ହୋଇ ଦୌଡ଼ୁଥିବାର ନଜର ଆସିଥିଲେ। ସେ ଏହି ଫଟୋ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସେୟାର ମଧ୍ୟ କରିଥିଲେ। ଏବେ ଏହି ମାମଲାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଫଟୋ ତାଙ୍କ ପତ୍ନୀ କ୍ଲିକ୍ କରିଥିଲେ ଏବଂ ଏହାର କ୍ୟାପସନରେ ମିଲିନ୍ଦ ଲେଖିଥିଲେ-୫୫ ଆଣ୍ଡ ରନିଂ।ସାଉଥ ଗୋଆର ଏସପି ପଙ୍କଜ ସିଂହ କହିଛନ୍ତି ଯେ କୋଲଭା ପୋଲିସ୍ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ୍ ରେଜିଷ୍ଟାର କରାଯାଇଛି।ଧାରା ୨୯୪ ଅଶ୍ଳୀଳ ଅଭିନୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଅଶ୍ଳୀଳ ସାମଗ୍ରୀକୁ ଇଲେକ୍ଟୋନିକ୍ ଫର୍ମରେ ପବ୍ଲିଶ୍ ଏବଂ ସେୟାର କରିବା ବିରୋଧରେ ରହିଛି।ଏସପିଙ୍କ କହିବା ଅନୁସାରେ ଏହି ଅଭିଯୋଗ ଗୋଆ ସୁରକ୍ଷା ମଞ୍ଚ ଦ୍ବାରା ଦିଆଯାଇଥିବା ଅଭିଯୋଗ ପରେ ରୁଜୁ କରାଯାଇଛି। ନିକଟରେ ମଡେଲ୍-ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଗୋଆରେ ନ୍ୟୁଡ ସୁଟ୍ କରିବା ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Leave a Reply

Your email address will not be published. Required fields are marked *