ଗୋଆରେ କରୁଥିଲେ ଅଶ୍ଲୀଳ ଭିଡିଓ ସୁଟ୍,ପୁନମ୍ ପାଣ୍ଡେଙ୍କ ବିରୁଦ୍ଧରେ ମାମଲା ରୁଜୁ
ଗୋଆ :- ପୁଣି ବିବାଦରେ ପୁନମ୍ ପାଣ୍ଡେ । ଗୋଆରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଗୋଆ ଫରୱର୍ଡ ପାର୍ଟିର ମହିଳା ୱିଙ୍ଗ୍ ପୁନମ ପାଣ୍ଡେଙ୍କ ବିରୁଦ୍ଧରେ ଅଭିଯୋଗ କରିଛି ଯେଉଁଥିରେ ସେ ଗୋଆର ଚପୋଲି ଡ୍ୟାମରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ଅଭିଯୋଗ ଲଗାଯାଇଛି ।
ଅନ୍ୟପଟେ ଗୋଆର କନାକୋନା ପୋଲିସ ଷ୍ଟେସନରେ ମଧ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର୍ କରାଯାଇଛି । ଏଥିରେ ସେ ପୁନମ୍ ପାଣ୍ଡେଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରୁଥିବା କଥା କୁହାଯାଇଛି । ତେବେ ବର୍ତ୍ତମାନ ପୁନମ୍ ପାଣ୍ଡେ ମୁମ୍ବାଇରେ ଅଛନ୍ତି ଏବଂ ଏହି ଏଫଆଇଆର୍ ତାଙ୍କ ସମସ୍ୟା ବଢାଇପାରେ ।
କହିରଖୁଛୁ କିଛି ଦିନ ପୂର୍ବରୁ ପୁନମ୍ ପାଣ୍ଡେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ବିବାହର ତୁରନ୍ତ ପରେ ସେ ପତି ସାମଙ୍କ ବିରୁଦ୍ଧରେ ମାରପିଟ୍ ଓ ଧମକ ଦେଇଥିବା ନେଇ ଅଭିଯୋଗ ଲଗାଇଥିଲେ । ଅଭିଯୋଗ ପରେ ଗୋଆ ପୋଲିସ ପୁନମ୍ ପାଣ୍ଡେଙ୍କ ପତିଙ୍କୁ ଆରେଷ୍ଟେ କରିଥିଲା । ପୁନମ୍ ପାଣ୍ଡେ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବଲିଉଡରେ ‘ନଶା’ ଫିଲ୍ମରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରାୟ ୫ଟି ଫିଲ୍ମ କରିସାରିଥିବା ପୁନମ ଟିଭି ସିରିୟଲରେ ମଧ୍ୟ କାମ କରିଛନ୍ତି । ୨୦୧୫ରେ ସେ ଟିଭି ଶୋ ମଧ୍ୟ କରିଥିଲେ ।