ଗହଣା ଦୋକାନାରେ ବଡ ଧରଣର ଚୋରି :ଛାତ କଣା କରି ଲୁଟ୍
ବ୍ରହ୍ମପୁର:-ଛାତ ତାଡ଼ି ଲୁଟିନେଲେ ୨ କିଲୋରୁ ଅଧିକ ସୁନାଗହଣା । ବ୍ରହ୍ମପୁର ବଡ଼ ବଜାରରେ ଅଂଚଳରେ ଥିବା ଏକ ସୁନା ଦୁକାନରୁ ଏଭଳି ଅଭିନବ ଉପାୟରେ ଲୁଟ କରିଛନ୍ତି ଦୁବୃର୍ତ୍ତ । ବଡ଼ ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ଦୋକାନରେ ଥିବା ୨କିଲୋ ୮ଶହ ଗ୍ରାମ ସୁନା ଅଂଳକାରକୁ ଲୁଟ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଦୋକାନ ମାଲିକ ।
ଖବର ପାଇ ବଡ଼ ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ଦୋକାନର ଦ୍ୱିତୀୟ ମହଲାର ଛାତ ଭାଙ୍ଗି ଭିତରକୁ ପଶି ଚୋରୀ କରିଛନ୍ତି । ଦୋକାନ ଓ ଆଖପାଖରେ ଥିବା ସିସିଟିଭ ଫୁଟେଜକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।