IPL ବେଟିଂ ଅଭିଯୋଗରେ ୫ ଗିରଫ
ସମ୍ବଲପୁର:- ଗଞ୍ଜାମ ପରେ ସମ୍ବଲପୁରରୁ ଧରାପଡିଲେ IPL ବେଟିଂରେ ସାମଲି ଅଭିଯୁକ୍ତ। ସମ୍ବଲପୁରରେ ଅନଲାଇନ୍ ବେଟିଂ କାରବାରରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।
ଏଥିସହ ଅଭିଯୁକ୍ତଙ୍କଠାରୁ ୧୫ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଧନୁପାଲି, କ୍ଷେତରାଜପୁର, ଅଇଁଠାପାଲି ଆଦି ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି।
ଏମାନେ ସାଧାରଣ ଲୋକଙ୍କୁ ମୋଟା ଅଙ୍କର ଅର୍ଥ ପ୍ରଲୋଭନ ଦେଖାଇ ଆଇପିଏଲ ବେଟିଂରେ ନିୟୋଜିତ କରୁଥିଲେ। ଅନଲାଇନରେ ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଫସାଉଥିଲେ।