ଶୀତ ଅଧିବେଶନ ପରେ ସମ୍ପୂର୍ଣ୍ଣ ଇ-ବିଧାନସଭା

ଭୁବନେଶ୍ୱର:-ଏଣିକି ଓଡ଼ିଶା ବିଧାନସଭାର ସବୁ କାର୍ଯ୍ୟ ଅନଲାଇନରେ ହେବ। ଶୀତ ଅଧିବେଶନ ପରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା କାର୍ଯ୍ୟକ୍ଷମ ହେବ। ଇ-ବିଧାନସଭା ସମଗ୍ର ଦେଶରେ ପ୍ରଥମେ ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଥିବାବେଳେ ଏବେ ଓଡ଼ିଶା ଓ ପଞ୍ଜାବରେ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡ଼ିଛି।

ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ବିଧାନସଭା ସମ୍ପୂର୍ଣ୍ଣ ଭାବେ ପେପରମୁକ୍ତ ହେବ। ଚଳିତ ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାନସଭା କର୍ମଚାରୀମାନଙ୍କୁ ୩୮୩ଟି କମ୍ପ୍ୟୁଟର ଯୋଗାଇ ଦିଆଯାଇଥିବାବେଳେ ବିଧାୟକମାନଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ୍ ଦିଆଯାଇଛି। ବିଧାନସଭାକୁ ୱାଇଫାଇ କରାଯାଇଛି। ବିଧାନସଭା ଭିତରେ ୨ଟି ଭିଡିଓ କନଫରେନ୍ସିଂ ହଲ୍ ଥିବାବେଳେ ଗୋଟିଏ ହଲ୍ ବିଧାୟକମାନଙ୍କ ପାଇଁ ରଖାଯାଇଛି। ୨୪ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହୋଇପାରିବ। ସମସ୍ତ କର୍ମଚାରୀ ଫାଇଲ କାର୍ଯ୍ୟ କମ୍ପ୍ୟୁଟରରେ କରିବେ।

ଇ-ବିଧାନସଭା ନିମନ୍ତେ କେନ୍ଦ୍ର ସରକାର ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଦେଉଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *