ଲିଙ୍ଗରାଜ ମନ୍ଦିରରେ 5-T ସଚିବ

ଭୁବନେଶ୍ୱର :-ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ । ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ । ଆଜି ସକାଳ ସମୟରେ ମନ୍ଦିର ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ 5-T ସଚିବ ଭି.କେ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ତେବେ 5-T ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଏବଂ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ମନ୍ଦିର ଚାରିପାଖ ରାସ୍ତା ସଂପ୍ରସାରଣ ଲାଗି ୮୦ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ନଭେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ମହାଶିବରାତ୍ରି ସୁଦ୍ଧା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଓ  ବିଏମ୍‌ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।

Leave a Reply

Your email address will not be published. Required fields are marked *