ରାଜ୍ୟରେ କମୁଛି କରୋନା,୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୦୧୦ ସଂକ୍ରମିତ
ଭୁବନେଶ୍ଵର :- ଗତ ଚାରି ସପ୍ତାହ ହେବ ଓଡିଶାରେ କରୋନା ସଂକ୍ରମଣ ପ୍ରକୋପ କମିବାରେ ଲାଗିଛି। ଯେତିକି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୧୦ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥକଙ୍କ ସଂଖ୍ୟା ୨,୬୮,୧୧୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସେହି ପରି କଟକ ଜିଲ୍ଲାରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗୀରରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ଵରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧ ଜଣ କୋଭିଡ୍-୧୯ ପଜିଟିଭ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେହିପରି ସମ୍ବଲପୁର ଜିଲ୍ଲାରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫ ଓ ରାୟଗଡାରୁ ୭ ଆକ୍ରାନ୍ତ କରୋନାମୁକ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୩, ୯୪୨ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି।