ପୁଞ୍ଜିଲାଲକୁ ଜେଲ୍‌ରେ ମାଡ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ କଲେ ଅଭିଯୋଗ

ବଲାଙ୍ଗୀର:-ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜେଲରେ ତାଙ୍କୁ ଜେଲର ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପାଟଣାଗଡ଼ ଏସଡ଼ିଜେଏମ କୋର୍ଟରେ ତାଙ୍କର ଓକିଲ ଜଣାଇଛନ୍ତି । ଏହାସହ ଚିକିତ୍ସା ବ୍ୟବସ୍ଥା କରିବାକୁ ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କରେ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ପାଟଣାଗଡ଼ ସହରର ବରହମପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *