ଜାମ୍ମୁ-କାଶ୍ମୀରରେ ପୁଣି ଥରେ ଧାରା ୩୭୦ ପାଇଁ ବିରୋଧୀଙ୍କ ମେଣ୍ଟ ଗଠନ, ଫାରୁକ କହିଲେ- ଆମେ ବିଜେପି ବିରୋଧୀ, ଦେଶ ବିରୋଧୀ ନୁହେଁ

ଶ୍ରୀନଗର :- ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦କୁ ପୁନର୍ବାର ଲାଗୁ କରିବା ଏବଂ ଧାରା ୩୫ଏ ପୁନର୍ବାର ହାସଲ କରିବା ପାଇଁ କାଶ୍ମୀରର ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଶନିବାର ଗୁପକର ଘୋଷଣା ପାଇଁ ଗଠିତ ‘ପିପୁଲ୍ସ ଆଲିୟାନ୍ସ’ର  ବୈଠକ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଘରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାସନାଲ କନଫରେନ୍ସ, ପିଡିପି ବ୍ୟତୀତ କାଶ୍ମୀରର ଅନ୍ୟ ପାର୍ଟିର ନେତା ମଧ୍ୟ ସାମିଲ ଥିଲେ। ବୈଠକରେ ଫାରୁକ ଅବଦୁଲ୍ଲାଙ୍କୁ ପିପୁଲ୍ସ ଆଲିୟାନ୍ସ ଫର ଡିକ୍ଲାରେସନର ସଭାପତି ଓ ମେହବୁବା ମୁଫତିଙ୍କୁ ଉପ ସଭାପତି ଘୋଷଣା କରାଯାଇଛି।  ବୈଠକରେ ଫାରୁକ ଅବଦୁଲ୍ଲା କହିଛନ୍ତି, ଆମେ ଦେଶ ବିଜେପି ବିରୋଧୀ, ଦେଶୀ ବିରୋଧୀ ନୁହଁ।

ଗଣମାଧ୍ୟମକୁ ସମ୍ବୋଧିତ କରି ଅବଦୁଲ୍ଲା କହିଛନ୍ତି, ଏହା ଏକ ଦେଶ ବିରୋଧୀ ଜମାତ ନୁହେଁ, ଆମର ଉଦ୍ଦେଶ୍ୟ ଜାମ୍ମୁ-କାଶ୍ମୀର ଓ ଲଦାଖର ଲୋକଙ୍କୁ ସେମାନଙ୍କର ଅଧିକାର ସୁନିଶ୍ଚିତ କରିବା ରହିଛି। ଧର୍ମ ନାମରେ ବିଭାଜନର ହେଉଥିବା ପ୍ରୟାସ ବିଫଳ ହେବ ଏବଂ ଏହା ଏକ ଧାର୍ମିକ ଲଢେଇ ନୁହେଁ ବୋଲି ଫାରୁକ କହିଛନ୍ତି।

ଏହି ମେଣ୍ଟର ମୁଖପାତ୍ର ସଜାଦ ଲୋନ ଘୋଷଣା କରିଛନ୍ତି, ତତ୍କାଳୀନ ଜାମ୍ମୁ-କାଶ୍ମୀରର ପତାକା ମେଣ୍ଟର ପ୍ରତୀକ ହେବ ଏବଂ ନଭେମ୍ବର ୧୭ରେ ଶ୍ରୀନଗରରେ ଏକ ସମ୍ମିଳନୀ ଆୟୋଜନ ହେବ। ଏହା ପରେ ଦୁଇ ସପ୍ତାହ ଭିତରେ ଆଉ ଏକ ବୈଠକ ହେବ।

ସଜାଦ ଲୋନ କହିଛନ୍ତି ଗୋଟିଏ ମାସ ଭିତରେ ଆଉ ଏକ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଯାହା  ଜରିଆରେ ଆମେ ସେହି ମିଥ୍ୟା ଉପରେ ତଥ୍ୟ ପ୍ରସ୍ତୁତ କରିବୁ ଯାହା ଜାମ୍ମୁ-କାଶ୍ମୀର ସହିତ ପୂରା ଦେଶରେ ପ୍ରଚାର କରାଯାଉଛି।

Leave a Reply

Your email address will not be published. Required fields are marked *