୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୨୩୭୭
ଭୁବନେଶ୍ଵର :-ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ନୂତନ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି। ସଂପ୍ରତି ରାଜ୍ୟରେ ଦିନକୁ ୨ ହଜାରରୁ କମ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ଲାଭ କରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨, ୫୯, ୪୧୮ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
ବିଏମସି ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ଅନୁଗୁଳରୁ ୨୦୪, ବାଲେଶ୍ଵରରୁ ୧୬୨, ମୟୂରଭଞ୍ଜରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ଯାଜପୁରରୁ ୧୦୭, ବରଗଡରୁ ୮୮, ବଲାଙ୍ଗିରରୁ ୮୭, ଝାରସୁଗୁଡାରୁ ୮୫, ଭଦ୍ରକରୁ ୭୭, କଳାହାଣ୍ଡିରୁ ୭୨, ନୂଆପଡାରୁ ୬୫, କେନ୍ଦ୍ରାପଡାରୁ ୬୪, ସୋନପୁରରୁ ୬୪, ପୁରୀରୁ ୫୯, ଜଗତସିଂହପୁରରୁ ୫୦, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୫୦ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।ଏହି ପରି ଢେଙ୍କାନାଳରୁ ୩୪, ଗଞ୍ଜାମରୁ ୩୪, ବୌଦ୍ଧରୁ ୩୩, କନ୍ଧମାଳରୁ ୩୩, ମାଲକାନଗିରିରୁ ୩୧, ରାୟଗଡାରୁ ୨୯, କୋରାପୁଟରୁ ୨୮, ନୟାଗଡରୁ ୨୧, ନବରଙ୍ଗପୁରରୁ ୧୫, ଦେବଗଡରୁ ୧୦ ଓ ଗଜପତିରୁ ୬ ଜଣ କରୋନା ମୁକ୍ତ ହୋଇଛନ୍ତି।ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୯୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୨, ୭୭, ୮୮୭କୁ ବୃଦ୍ଧି ଘଟିଛି। ଏହି ସମୟରେ ଆଉ ୧୮ ଜଣଙ୍କ ମତ୍ୟୁ ଘଟିଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ଘଟିଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଏ ପର୍ଯ୍ୟନ୍ତ କରୋନାରୁ ୨, ୫୯, ୪୧୮ ଜଣ ଆରୋଗ୍ୟଲାଭ କରିଛନ୍ତି।










