ଖଣ୍ଡିଗିରିରୁ ଜଣେ ଯୁବକଙ୍କୁ ଉଠାଇଲା NIA,

ଭୁବନେଶ୍ୱର :- ଖଣ୍ଡିଗିରିରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ।

ମିଳିଥିବା ଖବର ଅନୁଯାୟୀ, ଖଣ୍ଡଗିରି ଫେଜ୍‌-୨ରୁ ଜଣଙ୍କୁ ଉଠାଇନେଇଛି NIA । କେଉଁ ଲିଙ୍କରେ ଉଠାଇନେଇଛି , ତାହା ଅସ୍ପଷ୍ଟ ରହିଛି । ତେବେ NIA ଉଠାଇନେଇଥିବା ବ୍ୟକ୍ତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି । କ୍ରାଇମବ୍ରାଞ୍ଚ ଓ NIA କରୁଛନ୍ତି ମିଳିତ ଜେରା କରୁଥିବାର ମଧ୍ୟ ସୂଚନା ରହିଛି ।

ଯୁବକଜଣଙ୍କ ଗ୍ରାଜୁଏସନ କରୁଥିବା ଜଣାପଡିଛି । କୌଣସି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବାର ସୂଚନା ରହିଛି । ଯାହାଫଳରେ କି ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଯୁବକଙ୍କ ନିକଟରୁ ମୋବାଇଲ ଓ ଲାପ୍‌ଟପ ମଧ୍ୟ ଜବତ କରିଥିବାର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *